Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Inspirational

3  

Alekha Pasad Moharana

Inspirational

ବାପା

ବାପା

1 min
182



ଆକାଶୁଠୁ ବଡ଼

ସହିସବୁ ଝଡ଼

ସ୍ନେହ ଶ୍ରଦ୍ଧା ଦିଏ ଯିଏ

ସଂସାର ହାଟରେ

ସୁଖ ସମୃଦ୍ଧିରେ

ବଞ୍ଚିବାର ପଥ କହେ

ବୁଦ୍ଧି ଜ୍ଞାନ ଦାତା

ଜୀବନର କର୍ତ୍ତା

ପୂଜ୍ୟ ପିତୃଦେବ ସିଏ ।


ଆରାଧ୍ୟ ଦେଵତା

ଜନମ କରତା

ଶ୍ରୀ ପଦେ ମୋର ପ୍ରଣତି

ଶିବ ମହେଶ୍ୱର

ହୃଦୟ ଈଶ୍ୱର

ଦେଇଛ ମୋତେ ଶକତି

ସେଇ ଶକ୍ତି ବଳେ

କୁଶଳେ ବଂଚିଛି

ଜନ୍ମ ଠାରୁ ଆଜିଯାଏ ।


ହାରିନାହିଁ ମୁଁହିଁ

ସଂସାର ପଥରେ

ଚାଲୁଅଛି ଅବିରତ

ତୁମେ ମୋ ଦୁନିଆ 

ସଦା ଲାଗ ନୂଆ

ତୁମେ ମୋର ଭବିଷ୍ୟତ

ସବୁ ଦୁଃଖ ସୁଖେ

ଆପଦ ବିପଦେ

ପ୍ରତିଧ୍ୱନି ମୋତେ କହେ ।


ତୁମରି ଆଶିଷେ

ଭରିଛି ଜୀବନ

ବାଧା ଅତିକ୍ରମ କରି

ତୁମରି ପ୍ରେରଣା

ମୋ ପାଇଁ କରୁଣା

ଝରିଛି କୃପାର ବାରି

ମଣିଷ ପରି ମୁଁ

ମଣିଷ ହୋଇଛି

ଯଶ ଗାନ  ତଵ ଗାଏ ।


ପିତା ଧର୍ମ ପିତା

ସ୍ୱର୍ଗ ପିତା ହିଁ ତ

ବିଶ୍ୱେ ତପର ନନ୍ଦନା

ପିତୃ ପ୍ରୀତି ଆଣେ

ସବୁ ଦେବଙ୍କ ବନ୍ଦନା ।


Rate this content
Log in

Similar oriya poem from Inspirational