ବାପା
ବାପା
'ବାପା' ଏକ ଛୋଟ ଶବ୍ଦ
ଶୁଣିବାକୁ ଲାଗେ ସେ ସରଳ
ହେଲେ...ଅଚିନ୍ତ୍ୟ, ଅବୋଧ୍ୟ, ତା ସଂଜ୍ଞା
ବୁଝିପାରେ ସେ
ଥାଏ ଯାର ହୃଦୟରେ ଭୟ ଆଉ ଭକ୍ତି
ଥାଏ ପୁଣି ମାନସିକ ପ୍ରଜ୍ଞା ।
"ବାପା" ସେ ଏକ ଭିନ୍ନ ମଣିଷ
ଭିନ୍ନ ଉପଦାନେ ଗଢା ଅନ୍ତର ତାଙ୍କର
ସ୍ନେହ ଝର ଝରୁଥାଏ ଅନ୍ତରୁ ଯାହାର
ଲୁକାୟିତ ଥାଏ ଟାଣ ଖୋଳପା ଭିତର
ସେପାଇଁ କହନ୍ତି ସର୍ବେ ବାପା ହୃଦ ଅତ୍ୟନ୍ତ କଠୋର ।
"ବାପା" ସେ ଏକ ବିରଳ ବ୍ୟକ୍ତିତ୍ଵ
ବଳି ଦେଇ ନିଜ ପୁରୁଷତ୍ବ
ନୀଚ ପାଦେ କରନ୍ତି ଜୁହାର,
ଅସମୟେ ନତ କରି ଉନ୍ନତ ମସ୍ତକ
ଭରିଦେବାପାଇଁ ସନ୍ତାନର ମୁଖେ ମୁଠାଏ ଆହାର ।
ନିଜ ଦୁଃଖ ପାଇଁ କେବେ କାନ୍ଦେନାହିଁ ମନ
ସନ୍ତାନର ସୁଖ ପାଇଁ ହୃଦୟେ ସ୍ପନ୍ଦନ
ମୁଖେ ରଖି ଗମ୍ଭୀରତା ଧରନ୍ତି କରଡା
ଇଚ୍ଛା ତାଙ୍କ....…..
ପୁଅ ହେଉ ପାଞ୍ଚ ଜଣେ, ଜଣେ ହେଇ ଛିଡ଼ା ।
ଦେବାଳୟେ କରନ୍ତି ପ୍ରବେଶ
ମନେରଖି ସନ୍ତାନର ଉଜ୍ଜ୍ୱଳ ଭବିଷ୍ୟ
ଅହରହ କାନ୍ଦୁଥାଏ ପ୍ରାଣ
ହେଲେ ମୁଖେ ବଚନରେ କେତେ ସେ କଠିନ l
ହେ ପିତା, ହେ ବାପା, ହେ ପିୟର
ପରମ ଆରାଧ୍ୟ ମୋର
ବୁଝିବାକୁ ତମ ମନ ମୁଁ ଅତ୍ୟନ୍ତ ଅବୋଧ ।
ଅଜାଣତେ ଦିଏ ମୁଁହି କେତେ ମନସ୍ତାପ
କ୍ଷମା କର, କ୍ଷମା କର ହେ ପିୟର
ମନୁ ଦୂର କରି ସକଳ ସନ୍ତ।ପ ।
ପଦେ ତୁମ କୋଟି ନମସ୍କାର
ବୈକୁଣ୍ଠ ବିହାରୀଙ୍କର ଚଳନ୍ତି ପ୍ରତିମା
ସଦା ଥାଉ ତୁମ କର
ଶିର ପରେ ମୋର ।
