STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ବାପା

ବାପା

1 min
241


ବାପା ବୋଲି ଯେଉଁ ଦୁଇଟି ଅକ୍ଷର

  ଆକାଶଠାରୁ ସେ ଵଡ

କେତେ ଝଡ ଝଞ୍ଜା ସହିପରା ସିଏ

  ଆମକୁ କରନ୍ତି ବଡ।। 


ଛୋଟ ବେଳେ ସିଏ ଚାଲି ଶିଖାଇଲେ

   ଆମରି ହାତକୁ ଧରି

ସ୍ନେହ ମମତାରେ ଉଣା ନକରନ୍ତି

   କିଏ ହେବ ତାଙ୍କ ସରି ?


ଅଳି କରୁ ଯେଉଁ ଦରଵ ଆମେରେ

   ବାପା ପୂରଣ କରନ୍ତି

ଅଝଟ ହୋଇଲେ ଖୁସି ଗପକହି

  ପାଖେ ଶୁଆଇ ଦିଅନ୍ତି।। 


ଖେଳଣା, କଣ୍ଢେଇ ଦେଇଥାନ୍ତି କିଣି

  ଆମରି ମନକୁ ଜାଣି

ଭଳି ଭଳି ନୂଆ ଖାଇବା ଦରଵ

  ସାଥିରେ ଥାଆନ୍ତି ଆଣି  ।।


ନିଜେ କଷ୍ଟ ସହି ସବୁ ଦୁଃଖକୁ ସେ

   ହସି ହସି ସହି ଥାନ୍ତି

ଆମରି ମୁହଁ ରେ ହସ ଫୁଟାଇସେ

    ଲଭନ୍ତି ପରମ ତୃପ୍ତି  ।।


ସତ୍ୟ, ଧର୍ମ ଆଉ ସଂସ୍କାର ର ଶିକ୍ଷା

  ଦେଇ ଆମକୁ ଗଢିଲେ

ହାରାହାରି ନାହିଁ ଜୀବନରେ ଆମେ

  ଝଡ ଝଞ୍ଜା ଯେତେ ଆସିଲେ।। 


ବାପା ଆମ ପୂଜ୍ୟ ପରମ ଦେଵତା

   ତାଙ୍କ ପରି କିଏ ହେବ? 

ଜୀବ ଥିବା ଯାଏ ତାଙ୍କ ପାଦ ତଳେ

  ମଥା  ସଦା ନଉଁ ଥିବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational