Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Abstract Tragedy Others

4.0  

Santosh Kumar Nayak

Abstract Tragedy Others

ବାପା ତୁମ ଅବର୍ତ୍ତମାନରେ

ବାପା ତୁମ ଅବର୍ତ୍ତମାନରେ

1 min
69



ବାପା ତୁମେ ଥିଲାବେଳେ

ମୀନାବଜାରର ଖେଳନାମାନ

ନିଜର ନିଜର ଲାଗୁଥିଲା,

ଆଜି ତୁମ ଅବର୍ତ୍ତମାନରେ

ମୁଁ ଆଉ ଆଗ ଭଳି ଖେଳୁ ନାହିଁ ;

ବରଂ ମୋ ମନ ଆଉ ହୃଦୟ ସହ

ଅନେକ ଲୋକ ଖେଳି ଚାଲିଛନ୍ତି।। 


ବାପା ତୁମେ ଥିଲାବେଳେ

ଷାଠିଏ କିଲୋ ର ଶରୀରରେ ମୋର

ଅମରେନ୍ଦ୍ର ବାହୁବଳୀ ପରି

ଅମାପ ବଳ ଭରି ରହିଥିଲା;

ଆଜି ତୁମ ଅବର୍ତ୍ତମାନରେ

ମୋର ଆଉ ସେ ବଳ ନାହିଁ, 

ସମୟ ସ୍ରୋତରେ

ନିସହାୟ ଶୁଷ୍କ ତୃଣ ପରି

ମୁଁ ଭାସି ଚାଲିଛି।। 


ବାପା ତୁମେ ଥିଲାବେଳେ

ସ୍ନେହ ଥିଲା, ପ୍ରେମ ଥିଲା

ଶ୍ରଦ୍ଧା ଥିଲା, ଶାନ୍ତି ଥିଲା ;

ଆଜି ତୁମ ଅବର୍ତ୍ତମାନରେ

ସ୍ନେହ ସରିଗଲା, 

ଶ୍ରଦ୍ଧା ମରିଗଲା,

ପ୍ରେମ ଧୋକା ଦେଲା

ଆଉ ଶାନ୍ତି ର ଠିକଣା

ମୁଁ ଏ ଯାଏଁ ପାଉନି।।



Rate this content
Log in

Similar oriya poem from Abstract