STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ବାପା ଓ ମୋ ସାଇକେଲ

ବାପା ଓ ମୋ ସାଇକେଲ

1 min
152

ପିଲାଦିନେ ବାପା ହାତ ଧରି

ଶିଖାଇଥିଲେ ମୋ ବାଟ ଚଲା

ଖେଳନା ସାଥିରେ ଖେଳୁ ଖେଳୁ

ବାପା ଶିଖାଇଲେ ସାଇକେଲ ଚଲା।


ଚଢୁଥଲି ଯେବେ ସାଇକେଲ 

ମୁଁ ପଡୁ ଥିଲି ବାରମ୍ବାର

ସାଇକେଲ ସହ ଟେକି ଧରି

ମୋତେ ସାହାସ ଦିଅନ୍ତି ଥରକୁ ଥର।


ବାପା କହୁଥିଲେ ପଡ଼ି ଉଠି ତୁହି

ଶିଖିଯିବୁ ସାଇକେଲ ଚଢା ଦିନେ

ସମୟ ଆସିଲେ ସବୁ କିଛି ହୁଏ

ତେବେ ଭାବୁ ଥିବୁ ମନେ ମନେ।


ପୁରୁଣା ସାଇକେଲ ଧରି ଚଢୁ ଥିଲି

ବାପା ଥିଲେ ମୋର ସାଥିରେ

ଡର ଭୟ ସବୁ କୁଆଡେ଼ ଗଲା ସେ

ସାଇକେଲ ଗଡ଼ି ଗଡ଼ି ଯାଏ ବାଟରେ।


ଛଅ ମାସ ପରେ ଚଢା ଶିଖିଗଲି

ବାପା ଦେଲେ ମୋତେ ସାବାସ

ଖୁସି ହୋଇ ମୁହିଁ ସାଙ୍ଗ ସାଥେ ଗଲି

ରାସ୍ତାରେ ବଢ଼ିଗଲା ମୋର ସାହସ।


ବାପା ସିଏ ମୋର ସବୁଠି ଗୁରୁ

ତାଙ୍କ ଆର୍ଶୀବାଦ ସବୁ ମୋର

ସାଇକେଲ ଚଢା ଶିଖିଗଲି ମୁଁ

ଭଲ ହେଲା ଜୀବନର।


Rate this content
Log in

Similar oriya poem from Abstract