STORYMIRROR

Rakesh Sahoo

Inspirational

3  

Rakesh Sahoo

Inspirational

ବାପା ମାଆଙ୍କୁ ପଦେ

ବାପା ମାଆଙ୍କୁ ପଦେ

1 min
13.8K


ସେନେହ ଶରଧା ଆଳ ଦେଖାଇ

ଦାୟିତ୍ଵକୁ ଗୋଟିକୁ ଭୁଲି ନଯାଅ

ବାପାଙ୍କ ପରି ମାଆର ସୁନା

ମୁହଁରେ ବୋଳି ଦେବେଟି ଚୁନା

ବଡ଼ ସହରରେ ଦେଲ ତ ଛାଡି

ମାନ ସନମାନ ଗଲାତ ଉଡି

ଜୀବନ ସାଥି ନିଜେ ବାଛିଲେ

ମାନ ମହତକୁ ଭୁଲିତ ଗଲେ

ରାସ୍ତାଘାଟ କିଛି ନମାନିଲେ

ଏତିକିରେ ବୋଧେ ସଂସାର ଚାଲେ

ଘର କଥା ଆଜି ବାହାରେ ଗଡ଼ିଲା

ନଶୁଣିବା କଥା କାନ ଶୁଣିଲା

ଉତ୍ତମ ସଂସ୍କାର ଦେଇ ପିଲାଙ୍କୁ ଗଢ଼

ଭାବନି କେବେ ତାଙ୍କୁ ଯେ କଢ଼

ଶାସନ ଓ ଶିକ୍ଷା ଉଭୟ ଦିଅ

ଉତ୍ତମ ଚରିତ୍ରରେ ସଜାଇ ଦିଅ

ଧୈର୍ଯ୍ୟ ଓ ସାହସରେ କର ଜୀବିତ

ହୋଇଥାଅ ସଦା ତାଙ୍କରି ମିତ

ପ୍ରତ୍ୟେକ କଥାଟି ବୁଝି ଯେ ଥିବ

ପ୍ରମାଦ ଗଣିବାକୁ କେବେ ନ ଦେବ

ଉତ୍ତମ ନାଗରିକ ପାଇବ ତେବେ

ବୃଦ୍ଧା ଶ୍ରମ ତେବେ କେବେ ନଯିବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational