Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Children

4  

KRUTIBAS NAYAK

Children

ବାପା-ମାଆ

ବାପା-ମାଆ

1 min
240



ପରିବାରରେ ବାପା ଓ ମାଆ ଶିବ-ପାର୍ବତୀ ପରି, 

ଆମରି ଦୁଃଖ-ସୁଖରେ ତାଙ୍କ ବୟସ ଯାଏ ସରି |


ମାଆ ଆମର ଗର୍ଭ ଧାରିଣୀ ସକଳ ଅଳି ସହେ,

ବାପା ଆମର କଷଣ ସହି ପଥର ହୋଇରହେ |


ମାଆ କୋଳଟି ଭାରି ନରମ ବାପାଙ୍କ ହାତଟାଣ,

ମାଆ ଖୁଆନ୍ତି ବାପା ପଢାନ୍ତି ଜାଣି ଆମର ମନ |


ମାଆ ଓଢଣି ବାପା ଗାମୁଛା ପୋଛିଦେଇ ମୋ ମୁହଁ,

ମାଆଙ୍କ ଲୁହ ବାପାଙ୍କ ଝାଳ ଦେଖିପାରେ କେ କୁହ ?


ମାଆ ଆମର ପ୍ରଥମ ଗୁରୁ ବାପା ତ ଚିରଗୁରୁ,

ବିପଦ ବେଳେ ଦୁଃଖ ଆସିଲେ ମାଆଙ୍କ ନାମ ଧରୁ |


ଆଶ୍ଚର୍ଯ୍ୟ ହେଲେ ଆସେ ପାଟିରେ ବଳେ ବାପାଙ୍କ ନାମ,

ମାଆଙ୍କ ପାଇଁ ଆମେ ତ ଧନ ବାପାଙ୍କ ପାଇଁ ମାନ |


ସରଗଠାରୁ ଉଚ୍ଚ ମୋ ମାଆ ଧରିତ୍ରୀଠାରୁ ଭାରୀ,

ବାପା ମୋ ଧର୍ମ ପରମତପ ଦୁଃଖେ ଜୀବନ ତରୀ |



Rate this content
Log in

Similar oriya poem from Children