STORYMIRROR

Sachidananda Kar

Classics

2  

Sachidananda Kar

Classics

ବାପା କହିଛନ୍ତି

ବାପା କହିଛନ୍ତି

1 min
148

ବାପା କହିଛନ୍ତି

ସୁନାପିଲା ମୋତେ ହେବାକୁ

ପଢାରେ ଏଣିକି

ଭଲକରି ମନ ଦେବାକୁ


କହିଛନ୍ତି ପୁଣି

ଚଗଲାମୀ ଥାଉ ସେତିକି

କଥାକୁ ମୋହର

ରଖିଥିବୁ ମନେ ଚେତିକି


ବୁଲାବୁଲି କରି

ସମୟ ତୁ ସାରି ଦେବୁନି

ଖଚମିଛ କହି

ଅଳସୁଆ କେବେ ହେବୁନି


ପାଠରେ କାହାକୁ

କରିବୁନି ତୁହି ନକଲ

ଲାଗିଥିବୁ ସଦା

ଖଟେଇ ନିଜର ଅକଲ


ତୋର ହାତଲେଖା

ଲିପିକୁ କରିବୁ ସୁନ୍ଦର

ମାଆ ପାଶେ ଆଉ

ଲାଗିବନି ତୋର ହୁନ୍ଦର


ବାପାଙ୍କ କଥାକୁ

ଦେଖାଇବି କରି କାମରେ

କେତେବେଳେ ହେଲେ

ନ ଯିବି କଥାର ବାମରେ


ଦେଖି ସେ କହିବେ

ଭଲ ବୁଦ୍ଧି ହେଉ ତୋହର

ହେବି ସୁନାପିଲା

ଖୁସି ହେବେ ବାପା ମୋହର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics