STORYMIRROR

Kulamani Sarangi

Classics

2  

Kulamani Sarangi

Classics

ବାଣୀପୁତ୍ର ଗଦାଧର ସିଂହସାମନ୍ତ

ବାଣୀପୁତ୍ର ଗଦାଧର ସିଂହସାମନ୍ତ

1 min
13.2K


ବାଣୀପୁତ୍ର ଗଦାଧର ସିଂହସାମନ୍ତ

...................୧୩.................

ଦ୍ବିତୀୟା ଚନ୍ଦ୍ର ବର୍ଣ୍ଣନା(୮ମ ପଦ)

*****************************************

ଗଦାଧର ସିଂହସାମନ୍ତଙ୍କର ଦ୍ବିତୀୟା ଚନ୍ଦ୍ର ବର୍ଣ୍ଣନାର ଏହି ପଦଟି ଚମତ୍କାର ଉପମାରେ ବିମଣ୍ଡିତ।ଅଭିମାନିନୀ ପ୍ରିୟାର ରୂପ ଲାବଣ୍ୟର ତୁଳନା ନାହିଁ।ସେହି ଅନୁପମ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବାକୁ ଯାଇ ନାୟକ ଯେଉଁ ଉପମାର ପ୍ରୟୋଗ କରିଛି, ତାହା ବାସ୍ତବରେ ଅପୂର୍ବ।ପ୍ରତ୍ୟେକ ନାରୀ ନିଜ ପ୍ରିୟତମଠାରୁ ପ୍ରଶଂସା ଶୁଣିବା ପାଇଁ କାନଡେରି ବସିଥାଏ।ଏଠାରେ ନାୟକ ପ୍ରିୟାର ସେହି ଦୁର୍ବଳତାର ସୁଯୋଗନେଇ ତା ସୌନ୍ଦର୍ଯ୍ୟର ଭରପୁର୍ ପ୍ରଶଂସା କରି ଅଭିମାନ ଭାଙ୍ଗିବାପାଇଁ ପ୍ରୟାସ କରିଛି।ନାୟକ କହିଛି "ରେ ପ୍ରିୟତମା! ତ୍ରିଭୂବନରେ ତୋର ସୌନ୍ଦର୍ଯ୍ୟର ତୁଳନା ନାହିଁ।ସେଥିପାଇଁ.......

" ବାର୍ତ୍ତା ବଜାର ତ ନାରଦ ମୁନି,

ଗଗନେ ଚାହୁଁଛନ୍ତି ହୋଇ ତୁନି,

ସ୍ବର୍ଗେ କହିବେ ତୋ ଶୋଭା ସନ୍ଦେଶ,

ଦିଶେ ତାଙ୍କ ବେନି ପାଚିଲା ନିଶ ରେ

ଚାହାଁ ଚଳନେତ୍ରାଞ୍ଚଳାରେ,

ଏ ନୋହେ ବଳକ୍ଷପକ୍ଷଜାତ ରୁକ୍ଷପତିର ଦ୍ବିତୀୟାକଳାରେ।

******************************************

ଟୀକା

..........

ବାର୍ତ୍ତାବଜାର...ସମ୍ବାଦ ପରିବେଷକ

ଗଗନେ....ଆକାଶରେ

ତୋ ଶୋଭା ସନ୍ଦେଶ...ତୋ ସୌନ୍ଦର୍ଯ୍ୟର ସମ୍ବାଦ।

ଚଳନେତ୍ରାଞ୍ଚଳା....ଚଞ୍ଚଳାକ୍ଷୀ

ବଳକ୍ଷପକ୍ଷ......ଶୁକ୍ଳପକ୍ଷ

ରୁକ୍ଷପତି.....ତାରାମାନଙ୍କ ପତି ଚନ୍ଦ୍ର।

ଦ୍ବିତୀୟା କଳା....ଶୁକ୍ଳପକ୍ଷ ଚନ୍ଦ୍ରର ଦ୍ବିତୀୟ ତିଥିର ଦୃଶ୍ୟ।

******************************************

ସରଳାର୍ଥ

..............

ଅଭିମାନିନୀ ପ୍ରିୟାର ମନରେ ଆହ୍ଲାଦ ଆଣିବାପାଇଁ ନାୟକ କହୁଛି "ରେ ଚଞ୍ଚଳାକ୍ଷୀ ପ୍ରିୟତମା! ତିନିପୁରରେ ତୋ ସୌନ୍ଦର୍ଯ୍ୟର ତୁଳନା ନାହିଁ।ତୋ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ, ବିଶ୍ବର ସମ୍ବାଦ ପରିବେଷକ ନାରଦ ମୁନି,ଆକାଶରେ ତୁନି ହୋଇ ଚାହିଁଛନ୍ତି।କାରଣ ତୋର ଅପରୂପ ସୌନ୍ଦର୍ଯ୍ୟର ସମ୍ବାଦ ସେ ସ୍ବର୍ଗରେ ଯାଇ ପରିବେଷଣ କରିବେ।ଆକାଶରେ ଅପେକ୍ଷାରତ ସେହି ନାରଦ ମୁନିଙ୍କର ପାଚିଲା ନିଶ ଦୁଇଟି ସ୍ପଷ୍ଟ ଦେଖାଯାଉଛି।ଏହା ଶୁକ୍ଳପକ୍ଷର ଦ୍ବିତୀୟା ଚନ୍ଦ୍ର ନୁହେଁ।"

******************************************

କବି ପରିଚୟ

....................

ଗଦାଧର ସିଂହସାମନ୍ତ....ସାମନ୍ତ ଚନ୍ଦ୍ରଶେଖରଙ୍କ ମଧ୍ୟମ ପୁତ୍ର।

ଜନ୍ମ....୧୮୭୭ ମସିହା,ସ୍ଥାନ...ଖଣ୍ଡପଡା

ତିରୋଧାନ....୧୯୬୪ ମସିହା।

କୃତି...ପ୍ରବନ୍ଧ ପଞ୍ଚାମୃତ(ପ୍ରଥମ ଓ ଦ୍ବିତୀୟ ଭାଗ)...୧୯୫୮ ମସିହାରେ ପ୍ରକାଶିତ,ଏବେ ଦୁଷ୍ପ୍ରାପ୍ୟ।

******************************************

କ୍ରମଶଃ..............


Rate this content
Log in

Similar oriya poem from Classics