Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Romance Inspirational Others

4  

Chittaranjan Nanda

Romance Inspirational Others

ବାନ୍ଧି ହୁଏନା ଦିବସ ସମାହାରେ

ବାନ୍ଧି ହୁଏନା ଦିବସ ସମାହାରେ

1 min
346



ପାଳୁଛେ ଆମେ ସମାଜରେ

ରୋଜ ଡେ, ପ୍ରପୋଜ ଡେ,

ଚୋକଲେଟ ଡେ, ଟେଡି ଡେ, 

ପାଳୁଛେ ମଧ୍ୟ ପ୍ରୋମିଶ ଡେ, 

ହଗ ଡେ, କିସ ଡେ, ଭାଲେଣ୍ଟାଇନ ଡେ 

କେତେ ଦିବସର ସମାହାର l


କିଛି ଆମେ ମଧ୍ୟ କହୁଛେ

ଶାଶ୍ୱତ ପ୍ରେମଟା ମଜା ବନି ଯାଉଛି 

ଏହା ସବୁ ପାଳନରେ 

ବ୍ୟବସାୟୀ ମାନେ ଲାଭବାନ ହେଉଛନ୍ତି

 ଏହି ସୂଯୋଗରେ l


କିଛି ଆମେ କହୁଛେ

ପ୍ରେମିକ ପ୍ରେମିକା ଙ୍କ ସମୟ କଟି ଯାଉଛି 

ସମୟ ମହା ଆନନ୍ଦରେ

ପ୍ରେମ ଶବ୍ଦଟା ଶସ୍ତା ହୋଇଛି ଆମର 

ଏହି ପାଶ୍ଚାତ୍ୟ ଅନୁକରଣରେ l


କିଛି ଆମେ କହୁଛେ

ପ୍ରେମ ଦିବସ ପ୍ରଥା ପାଶ୍ଚାତ୍ୟ ଦେଶର 

ପାଳିବା ଆସ "ଗୋଲାପ ଦିବସ" ଯାହା ଆମର

ଚକୋଲେଟ୍ ଦିବସ ଆମ

ଦେଶ ପାଇଁ ନାହିଁ ପ୍ରୟୋଜନ

ପିତା ମାତା ବିବାହ ପ୍ରସ୍ତାବ ନେଇ ଆସନ୍ତୁ  

"ପ୍ରସ୍ତାବ ଦିନ" l

 

ମଜ୍ଜିଲେ ମିଠା ପ୍ରୀତି ରସେ ଲାଗେ

 ପ୍ରେମ ସମ୍ମୋହନ

ଚକୋଲେଟ୍ ଦିବସ ଆମ ଜାତି ପାଇଁ 

ନାହିଁ ପ୍ରୟୋଜନ l


"ପ୍ରତିଜ୍ଞା ଦିବସେ" ପ୍ରତିଜ୍ଞା କରିବା 

ଛଡ଼ା ଛଡ଼ି ହେବା ନାହିଁ

"ଆଲିଙ୍ଗନ ଦିନେ" ବାହୁ ବନ୍ଧନେ ଦୁଇ

 ହୃଦୟ ମଳିନ ହେବ ନାହିଁ l

     

"ଚୁମ୍ବନ ଦିବସେ" ପ୍ରାଣ ସଖା ସଖୀର 

ମଥାରେ ଚୁମା ଦେଲେ

"ପ୍ରେମ ଦିବସ" ରେ ଦିବ୍ୟ ଉପହାରେ 

ପ୍ରୀତି ମାଧୁରିମା ଭରେ l


ଆବାହନ କାଳରୁ ପ୍ରେମ ସମ୍ପର୍କ ରହିଛି

 ଜନମ ଠାରୁ ମରଣ

ଚାତକ ଖୋଜଇ ବରଷା ଧାରାକୁ ମେଘ 

ଖୋଜଇ ତ ଶ୍ରାବଣ l


ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗରୀୟସୀ, 

ସେ ପ୍ରେମ ଫଲଗୁ ଧାରା ନିର୍ଝର

ଭରି ଦିଏ ହୃଦୟ ମନରେ ମମତା ମହକ

 ଯାହା ଅଲିଭା ପୃଷ୍ଠା ହୃଦୟର l


ପ୍ରେମ ଶାଶ୍ବତ ପ୍ରେମ ଚିରନ୍ତନ ପ୍ରେମ 

ନିଷ୍କଳଙ୍କ ପ୍ରେମ ପବିତ୍ର ଅଟଇ

ପ୍ରତିଜ୍ଞା ଦିବସେ ପ୍ରତିଜ୍ଞା କରିଲେ ସତେ 

କିଏ ପ୍ରୀତି ସବୁ ପରଷି ଥାଇ l


ପ୍ରେମ ଏମିତି ପବିତ୍ର, ନାହିଁ ସୀମା 

ସରହଦ ସେଥିରେ

ମନର ମଣିଷ ଖୋଜେ ମଣିଷକୁ ଥିଲେ 

ଦୁଇଜଣ ଯେତେ ଦୁରେ l


ବିପଦରେ ସାହା ହେବା ପାଇଁ

 କଥା ଦେଇ ଥାଏ ଯିଏ

ଏହା ଠାରୁ ଆଉ ବଡ଼ ପ୍ରତିଜ୍ଞା 

ସଂସାରରେ ହବ କିଏ l

 

ଇଚ୍ଛା ହୁଏ କୂଳ ଲଙ୍ଘି ବାହୁ ବନ୍ଧନରେ 

ବାନ୍ଧିବାକୁ ମନର ମାନସୀକୁ

ନାହିଁ ତୁଳନା କି ଉପମା, ବାନ୍ଧି ହୁଏନା 

ଦିବସର ସମାହାରେ ଅନ୍ତର ଆତ୍ମାକୁ l


  


Rate this content
Log in

Similar oriya poem from Romance