STORYMIRROR

Sudhir Kumar Panda

Inspirational

4  

Sudhir Kumar Panda

Inspirational

ବାଲ୍ୟ ବିବାହ

ବାଲ୍ୟ ବିବାହ

1 min
306

ବାଳୁତ ବିବାହ ଆମ ସମାଜରେ ଥିଲା ଏକ ଅଭିଶାପ

ନିଜ ଅଜାଣତେ ବାପା ମାଆ ମାନେ କରୁଥିଲେ କେତେ ପାପ।

ଫୁଲ କଢିଟିକୁ ଫୁଟିବା ଆଗରୁ କରୁଥିଲେ ବୃନ୍ତଚ୍ଯୁତ

ହଜି ଯାଉଥିଲା ନିଷ୍ପାପ ଜୀବନ ମରୁଥିଲା ସେ ବାଳୁତ।

ଯେଉଁ ବୟସରେ ପାଠ ପଢୁଥାନ୍ତେ କରୁଥାନ୍ତେ ଖେଳକୁଦ

ବାହା କରିଦେଇ ସପନକୁ ମାରି ରଖୁଥିଲେ ତାଙ୍କ ଜିଦ୍।

ନିଜର ଅଶିକ୍ଷା ଆଉ କୁସଂସ୍କାର ଲାଗି କିଛି ଗୁରୁଜନ

ନିଜ ଅଜାଣତେ ସାରି ଦେଉଥିଲେ ନିଜ ଭବିଷ୍ଯ ଜୀବନ ।

ବାଲ୍ୟ ବିବାହରୁ ପିଲା ଛୁଆ ମାନେ ପାଉଥିଲେ ଯେଉଁ କ୍ଲେଶ

ନିଜ ଅଜ୍ଞତାରୁ କହି ବସୁଥିଲେ ଭାଗ୍ଯର ହିଁ ସବୁ ଦୋଷ ।

ଶିକ୍ଷିତ ସମାଜ କରିଲା ଗରଜ କହିଲା ଏ ଭୁଲ ପ୍ରଥା

କହିଲା ନିଜର ଟିକେ ସୁଖ ପାଇଁ ଦେବା କି ଛୁଆଙ୍କୁ ବ୍ଯଥା ।

ସେ ରାମମୋହନ ଥିଲେ ଜଣେ ରାଜା ଅତି ପୁରୋଧା ବ୍ଯକ୍ତିତ୍ବ

ବାଲ୍ୟ ବିବାହକୁ ବନ୍ଦ କରିବାକୁ ନେଇଥିଲେ ସେ ନେତୃତ୍ବ ।

ଧିରେ ଧିରେ ସେଇ ଖରାପ ପ୍ରଥାଟି ଲୋପ ହୋଇ ହୋଇ ଗଲା

ବାଳୁତ କିଶୋର ଆମ ଭାରତର ମୁଖରେ ହସ ଫୁଟିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational