ବାଳୁତ ସୂର୍ଯ୍ୟ
ବାଳୁତ ସୂର୍ଯ୍ୟ
ପୂର୍ବ ଭାଲତଟେ ଉଦୟ ଅରୁଣ
କୋଟି ସୂର୍ଯ୍ୟ ସମପ୍ରଭ
ବିଜେ ନୀଳାଚଳ ଶ୍ରୀନୀଳକନ୍ଦରେ
ମହାପ୍ରଭୁ ଜଗନ୍ନାଥ
ପତିତପାବନ ବାନା
ଉଡେ ନୀଳଚକ୍ରେ ସ୍ୱସ୍ତିକ ସ୍ୱଚ୍ଛନ୍ଦେ
ଜଗତେ ନାହିଁ ତୁଳନା ।
ଚଳେ ବଡ଼ଦାଣ୍ଡେ ଜାତି ନନ୍ଦିଘୋଷ
ଯାତ୍ରା ନବଦିନାତ୍ମକ
ଗୁଣ୍ଡିଚା ବାହୁଡା ରାଜ ରାଜେଶ୍ୱର
ଥାଟବାଟ ସୁନାବେଶ
ଦାରୁଭୂତ ପରବ୍ରହ୍ମ
ଗୋଟି ପହଣ୍ଡିରେ ରତ୍ନ ସିଂହାସନେ
ହୁଅନ୍ତି ବିରାଜମାନ ।
ବିଶ୍ୱ ଜନମନ ଆକର୍ଷଣ କେନ୍ଦ୍ର
ଶ୍ରୀକ୍ଷେତ୍ର ପୁରୁଷୋତ୍ତମ
ଭ୍ରାତ ବଳଦେବ ଭଉଣୀ ସୁଭଦ୍ରା
ସାଥେ ଚକ୍ର ସୁଦର୍ଶନ
ସାକ୍ଷାତ ବାଳୁତ ସୂର୍ଯ୍ୟ
ତ୍ରିଗୁଣ ଆଧାର ପ୍ରାଣ ଆଦିମୂଳ
ସନାତନ ସତ୍ୟ ଶୌର୍ଯ୍ୟ ।
ଶାନ୍ତି ମୈତ୍ରୀ ପ୍ରୀତି ଐକ୍ୟ ସୁସ°ହତି
ସମତାର ମୂଳମନ୍ତ୍ରେ
ଆର୍ଯ୍ୟ ଓ ଅନାର୍ଯ୍ୟ ସର୍ବେ ଏକାକାର
ଜୀବନ ମୁକତି କାମ୍ୟେ
ମରତ ବୈକୁଣ୍ଠ ପୁରୀ
ଜୟ ଜଗନ୍ନାଥ ଯହିଁ ବିଜେ ସ୍ୱର୍ଗ
ଧାମ ଶ୍ରେଷ୍ଠ ତୀର୍ଥସ୍ଥଳୀ ।
-------
