STORYMIRROR

NIBEDITA MOHAPATRA

Classics

2  

NIBEDITA MOHAPATRA

Classics

ବାଳୁତ ବୀର

ବାଳୁତ ବୀର

1 min
316

ବୀରଭୋଗ୍ୟା ମୋର ବସୁନ୍ଧରା କୋଳେ

କେତେ ଯେ ବୀରପୁତ୍ର ଜନମି ଥିଲେ

ଦେଇଦେଲେ ନିଜ ପ୍ରାଣ ବଳିଦାନ

କରିବାକୁ ଏହି ଦେଶକୁ ସ୍ବାଧିନ

ବାର ବରଷର ସେ ବାଳୁତ ବୀର

ବାଜି ରାଉତ ନାମ ଅଟେ ତାହାର

ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠ ପୁର

ବ୍ରାହ୍ମଣୀ ନଦୀ କୂଳେ ତାହାରି ଘର

ସିପାହୀ ସାଜି ସେ ପ୍ରଜାମଣ୍ତଳର

ବିଦ୍ରୋହୀ ପ୍ରଜାଙ୍କୁ କରୁଥିଲେ ପାର

ଆଶଙ୍କା କରିଣ ଗୋରା ସରକାର 

ଆସିଲେ କରିବାକୁ ଦମନ ତାହାର

ଦେଲେ ସେ ଆଦେଶ କରିଦିଅ ପାର

ଯିବାକୁ ଅଛି ତ ଗଡଜାତ ପୁର

ମାନିଲାନି ସେତ ଆଦେଶ ଶତ୍ରୁର

ନ ଡରିଲା ଶୁଣି ଧମକ ତାଙ୍କର

ଦୃଢ ଭାବେ ରହି ବଚନରେ ସ୍ଥିର

ବୀରଦର୍ପେ ଦେଲା ତାଙ୍କୁ ଯେ ଉତ୍ତର

ଫିଟାଇବି ନାହିଁ ନଉକା ଘାଟର

ଦେବିନି ମଉକା ଗ୍ରାମେ ପଶିବାର

ଉତ୍ୟକ୍ତ ହୋଇ ଇଂରେଜ ସରକାର

ଗୁଳି ବର୍ଷଣ କରିଲେ ତା ଉପର

ରକ୍ଷା କରିବାକୁ ସାଥି ସହଚର

ଢାଳି ଦେଇଥିଲା ନିଜର ରୁଧିର

ଟଳି ପଡିଲା ସେ ପାର୍ଥିବ ଶରୀର

ଲିଭିଗଲା ସଳିତା ତା ଜୀବନର

ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇଗଲା

ଅମର ଶହିଦ ସେ ମାଟି ମାଆର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics