STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ବାଳକ‌ ନଚିକେତା

ବାଳକ‌ ନଚିକେତା

2 mins
221


ସତ୍ୟ ଯୁଗର ଏ ଅଭୁଲା କାହାଣୀ ସତ୍ୟ ଧର୍ମ ରକ୍ଷା ଅର୍ଥେ

ଏବେ ବି ମନରେ ରେଖା ପାତକରେ ଭାବିଲେ ସେକଥା ସତେ

ବାଜଶ୍ରବା ଋଷି ଆଶ୍ରମେ ନିଜର ତପ ବ୍ରତ ହୋମ ଯଜ୍ଞ

କରୁଥାନ୍ତି ନିତି ଆନନ୍ଦ ଚିତ୍ତରେ ସଙ୍ଗେ ଧରି ଶିଷ୍ୟ ଗଣ ।।

ମହାଯଜ୍ଞ ପାଇଁ ମନସ୍ଥ କରିଲେ ଯଜ୍ଞ,ତପ ଦାନ ଧର୍ମ

କରିବା ସଙ୍କଳ୍ପେ ନିମନ୍ତ୍ରଣେ‌‌ ଋଷି, ବ୍ରାହ୍ମଣ ପଣ୍ଡିତ ଗଣ

ସମବେତେ ଘୃତ ଜଜ୍ଞ ବେଦମନ୍ତ୍ରେ ବିଭୁପଦ ଜପ ତପଃ

କରଣେ ଆଶ୍ରମ ଦିବ୍ୟ ଜ୍ୟୋତିର୍ମୟେ ଆଲୋକରେ ବିଭାଷିତ ।।


ଆନନ୍ଦ ବିଭୋରେ ବାଜଶ୍ରବା ଦାନ ପ୍ରଦାନେ ଇଛା ବଳାନ୍ତେ

ରାଇଜୁ ଅନେକ ଦୁଃଖୀ ରଙ୍କି ଆସି ଉପଗତ ଦାନ ଅର୍ଥେ

ଆଶ୍ରମେ ଯେତେକ ବୃଦ୍ଧା,ରୁଗ୍ନ ଗାଭୀ ଦାନରେ ଦିଅନ୍ତି ଋଷି 

ଭୂମି ଦାନେ ଅନୁର୍ବର ପରିତ୍ୟକ୍ତ ଭୂମିମାନ‌ ଦେଉଥାନ୍ତି ।।

ଅପାରଗ,ଦୁସ୍ଥ ହେୟ ପୁଣି ଯେତେ ଅପରିତ୍ୟକ୍ତ ବସନ

ବାଛି ବାଛି ଋଷି ଦାନ ପାତ୍ରେ ସବୁ ହୃଷ୍ଟେ କରନ୍ତି ପ୍ରଦାନ

ଏ ଦୃଶ୍ୟ ଋଷି ଙ୍କ ଏକ ମାତ୍ର ପୁତ୍ର ନଚିକେତା ଦେଖି ଦେଖି

ମନେ ଚିନ୍ତାକଲେ ପିତାଙ୍କର ଅଜ୍ଞତା ଭାବକୁ ଭାବି ।।


କି ଯଶ ସମ୍ମାନ ଲିଭିବେ ପିଅର ନିକୃଷ୍ଟ ପଦାର୍ଥ ଦାନେ

ବରଂ ସେ ଅନେକ ପାପ ଅର୍ଜୁଛନ୍ତି ଏଭଳି ଦାନ ପ୍ରଦାନେ

ଅସହ୍ୟ ହୋଇଲା ବାଳକ ଅନ୍ତର ପୁଛାକଲେ ହେ ପିଅର

ଏଦାନ ରେ ସିନା ପାପ ଅରଜନ ପୂଣ୍ୟ ନହେବ କାହାର ।।

ନ ଶୁଣିଲେ ଋଷି ବାଳୁତ ପୁତ୍ରର ଚପଳ ସରଳ କଥା

ବାରମ୍ବାର ପ୍ରଶ୍ନ ନଚିକେତା ମୁଖୁ ଶୁଣି ଋଷି ହେଲେ ଖପା

ଏବେଳେ ବାଳକ ପୁଛନ୍ତି ପିତା ‌ହେ ମୋରେ କାରେ ଦେଲ ଦାନ

ଯମକୁ ତୋତେ ମୁଁ ଦେଲି ଋଷି ବାଣୀ କ୍ରୋଧରେ ହୋଇ ଉଚ୍ଛନ୍ନ ।।


ତହୁଁ ନଚିକେତା ପିତାଙ୍କ ବଚନେ ଚଳିଲେ ଯମ ଭୂବନ

ଯମ ଲୋକେ ଯାଇ କାଳ ସିଂହଦ୍ଵାରେ ହୋଇଲେ ଦଣ୍ଡାୟ ମାନ

ଚାର ଜଣା କଲା ହେ ଧର୍ମ ଦେବତା ସିଂହଦ୍ଵାରେ ଶିଶୁ ଏକ

ଦର୍ଶନ ନିମନ୍ତେ କଟାଳ କରଇ ସୁନ୍ଦର ତା ରୂପ ରେଖ ।।

ଯମ ଚିନ୍ତାକଲେ ଅଦିନେ କିଏ‌ ୟେ ଶିଶୁ କରଇ କଟାଳ

ଧର୍ମ ଉପଗତ ବାଳକ ସମିପେ ବୁଝିବାକୁ ସମାଚାର

ଯମକୁ ଦେଖିଣ ପ୍ରଣିପାତ କଲେ ଲଭିଲେ ଧର୍ମ ଆଶିଷ

ପୁଛାକଲେ କାଳ ଅଦିନ ରେ କିଆଁ ମୋ ପୁରେ ହେଲ ପ୍ରବେଶ ।।


ଦାନ ଧର୍ମ ଜଜ୍ଞେ ପିତା ବାଜଶ୍ରବା ମୋରେ ତୋରେ ଦେଲେ ଦାନ

ମୋ ପିତା ମୋ ଦାତା ଆପଣ ଗ୍ରହିତା କର ସାଦରେ ଗ୍ରହଣ

ଅନେକ ବୁଝାଇ କହିଲେ ବାଳକେ କିଛି ସେ ବୁଝଇ ନାହିଁ

ଅନେକ ବନ୍ଦନା ସ୍ତୁତି ଗାନେ କୁହେ ଗ୍ରହଣ କର ଗୋସାଇଁ ।।

ନିରୁପାୟେ ଧର୍ମ ଶିଷ୍ୟ ରୂପେ ତାରେ ଗ୍ରହଣ କରି “ଶରଣ

ଦେଲେ” ନଚିକେତା ପୂଣ୍ୟବଳେ ଲାଭ କରିନେଲେ ବ୍ରହ୍ମଜ୍ଞାନ

ବ୍ରହ୍ମ ଜ୍ଞାନ ଜ୍ଞାତା ସେଯେ ନଚିକେତା ଧର୍ମ ଶିଷ୍ୟ ସତ୍ୟଯୁଗେ

କବି କହେ କଥା ଗୀତେ ନଚିକେତା କଥନ ଯେ ଠିକେ ଠିକେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational