STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବାଳିକା ଦିବସ

ବାଳିକା ଦିବସ

1 min
217

ଶୁଭମୟ ହେଉ ବାଳିକା ଦିବସେ

   ଭାଷା ପୂର୍ଣ୍ଣ ହେଉ ଭୂମି,

ମାତୃଭାଷା ଶିକ୍ଷା ମିଳୁ ହିଁ ତାଙ୍କରେ

   ହେଉ ଆଦରର ଭୂମି।


ଜନନୀର ଭାଷା ଜୀବନେ ଚନ୍ଦନ

   ବାଳିକାଙ୍କୁ ମିଳୁ ଆମ,

ରାଷ୍ଟ୍ରର ସଂସ୍କୃତି ଅଳଙ୍କୃତ ହେଉ

   ନିତ୍ୟେ ଧ୍ୟାନ ରହୁ ଆମ।


ଆତ୍ମନିର୍ଭରଟି ହୋଇବ ଏ ରାଷ୍ଟ୍ର

  ମାତୃଭାଷା ସର୍ବୋପରି,

ଭାଷାର ଚନ୍ଦନ ଲେପନ କରହେ

  ଶିକ୍ଷା ଅଟେ ସର୍ବୋପରି।


ଛାତ୍ରଛାତ୍ରୀ ମଧ୍ୟେ ଭାଷାର ପ୍ରଦୀପ

  ପ୍ରଜ୍ବଳିତ କର ନିତି,

ତେବେ ହିଁ ବିକାଶ ହୋଇବ ତାଙ୍କର

  ହେବଟି ତାଙ୍କ ପ୍ରଗତି।


ଆତ୍ମନିର୍ଭରଟି ହୋଇବେ ବାଳିକା

  ଅଗ୍ରଣୀ ଟି ସବୁ କ୍ଷେତ୍ରେ,

ବିଶ୍ବଗୁରୁ ହେବ ତେବେ ହିଁ ଭାରତ

  ଶକ୍ତିଶାଳୀ ସବୁ କ୍ଷେତ୍ରେ।


ପ୍ରତିଜ୍ଞା କରିବା ବାଳିକା ଦିବସେ

  ମାତୃଭାଷା ଶିକ୍ଷା ଦେବା,

ଜନନୀର ଭାଷା ସର୍ବୋପରି କରି

   ଉଜ୍ଜ୍ୱଳ ଭବିଷ୍ୟ ଦେବା।


ଗଢିବା ଆଳିବା ଲକ୍ଷ୍ମୀବାଇ ପରି

   ସବୁ ଗୁଣେ ପରିପୂର୍ଣ୍ଣ,

ତେବେହିଁ ସାର୍ଥକ ବାଳିକା ଦିବସ

   ମାତୃଭାଷା ପରିପୂର୍ଣ୍ଣ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

   ଦେଶ ବାଳିକା କୁ ଆମ,

ଉଜ୍ଜ୍ୱଳ ଭବିଷ୍ୟ ହେଉ ହିଁ ତାଙ୍କର

   ସଦା ଆଶିର୍ବାଦ ଆମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract