ବାଲିଘର
ବାଲିଘର
ବାଲିଘର ମୋତେ
ତୋଳିବାକୁ ମନା
ଶୁଷ୍କ ବେଳାଭୂମି ପରେ
ଶାମୁକା ଗର୍ଭରେ
ମୁକ୍ତାର ଆଭାସ
କିଏ ଅବା ରୋକିପାରେ।
କେତେ ଆଶା ନେଇ
କରିଥିଲି ଘର
ତୁମରି ପରଶ ପାଇ
ନିମିଷକେ ସବୁ
ପାଉଁଶ ସାଜିଲା
ନୀରବରେ ଗଲା ଧୋଇ ।
ଅଧାଗଢ଼ା ସେଇ
ମୁକୁତା କଣ୍ଢେଇ
ଖୋଜୁଛି ତୁମ ଠିକଣା
କେମିତି କହିବି
ତୁମେ ନାହଁ ବୋଲି
ଯାହା ମୋତେ ଅଛି ଜଣା।
ଦୂର ଦିଗନ୍ତରେ
ଭାସିଯାଏ ସ୍ମୃତି
ସପନେ ଆସଇ ନାହିଁ
କେମିତି ଯୋଡିବି
ଭଙ୍ଗା ମନ ସବୁ
ଯାହା ମୋ ଭାଗ୍ୟରେ ନାହିଁ ।
ଆସିଥିଲ ଏକା
ଚାଲିଗଲ ଏକା
ସବୁକିଛି ପର କରି
ଅଲୋଡା ପାଲଟି
ରହିଗଲି ସିନା
ଭଙ୍ଗା ବାଲିଘର ପରି ।
