STORYMIRROR

Pramodini Parichha

Tragedy

3  

Pramodini Parichha

Tragedy

ବାଲିଘର

ବାଲିଘର

1 min
109

ବାଲିଘର ମୋତେ

    ତୋଳିବାକୁ ମନା

        ଶୁଷ୍କ ବେଳାଭୂମି ପରେ

ଶାମୁକା ଗର୍ଭରେ

   ମୁକ୍ତାର ଆଭାସ

       କିଏ ଅବା ରୋକିପାରେ।


କେତେ ଆଶା ନେଇ

     କରିଥିଲି ଘର

        ତୁମରି ପରଶ ପାଇ

ନିମିଷକେ ସବୁ

     ପାଉଁଶ ସାଜିଲା

       ନୀରବରେ ଗଲା ଧୋଇ ।


ଅଧାଗଢ଼ା ସେଇ

   ମୁକୁତା କଣ୍ଢେଇ

        ଖୋଜୁଛି ତୁମ ଠିକଣା

କେମିତି କହିବି

    ତୁମେ ନାହଁ ବୋଲି

       ଯାହା ମୋତେ ଅଛି ଜଣା।


ଦୂର ଦିଗନ୍ତରେ

   ଭାସିଯାଏ ସ୍ମୃତି

     ସପନେ ଆସଇ ନାହିଁ

 କେମିତି ଯୋଡିବି

    ଭଙ୍ଗା ମନ ସବୁ

      ଯାହା ମୋ ଭାଗ୍ୟରେ ନାହିଁ  ।


ଆସିଥିଲ ଏକା

    ଚାଲିଗଲ ଏକା

       ସବୁକିଛି ପର କରି

ଅଲୋଡା ପାଲଟି

    ରହିଗଲି ସିନା

       ଭଙ୍ଗା ବାଲିଘର ପରି ।


Rate this content
Log in

Similar oriya poem from Tragedy