STORYMIRROR

Pranati Jena

Inspirational

4  

Pranati Jena

Inspirational

ବାଲିଘର

ବାଲିଘର

1 min
185

ସପନ ତ ବାସ୍ତବତା ମମତ୍ୱ ମେଳରେ

ଖିଆଲି ମନଟା ଯାହା ଭାବଇ ଭ୍ରମରେ,

ଆଶା ବାଲିଘର ଫୁଣି ଫୁଲ ଉପବନ

ବେସୁରା ଫଗୁଣ ନୁହେଁ ମମତା ବନ୍ଧନ....


ହୃଦୟର ସବୁଜିମା ଭରା ସେ ଲଗନ

କାହିଁ ଦୂରେ କୁମୁଦିନୀ ଚାନ୍ଦ ର ପରାଣ,

ଶୂନ୍ୟତାର ପଥ ପରେ ଫଗୁ ର ମହଣ

ଏଇତ ଜୀବନ ଆହା ନୁହେଁ ସେ ବିବର୍ଣ୍ଣ....


ସାତ ରଙ୍ଗ ସୁରେ ବିଞ୍ଚି ମଳୟ ଚନ୍ଦନ

ନିମ୍ୱ ତ ମଧୁର ବାସ୍ନା ସୁଶୋଭିତ ପ୍ରାଣ,

ମନ ନୁହେଁ ମରୁଭୂମି ଭିଜାଏ ଶ୍ରାବଣ

ହୃଦୟର ପଥେ ଭରା ଅମୃତ କାନନ....


କାହା ପାଇଁ କେହି ଏଠି ନୁହନ୍ତି ନିଜର

ଭାବିବାକୁ ହେବ ତାହା ଅଛନ୍ତି ଇଶ୍ୱର,

ସବୁ ପଥ ପରେ ସେ ନିହାତି ଆପଣାର

ଆଉ ସବୁ ତୁଚ୍ଛ ଏଠି ମିଛ ବାଲିଘର.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational