STORYMIRROR

Bharatabandhu Biswal

Romance Tragedy Inspirational

3  

Bharatabandhu Biswal

Romance Tragedy Inspirational

ବାଲିଘର: ସୁସମ୍ପର୍କ ପ୍ରେମ

ବାଲିଘର: ସୁସମ୍ପର୍କ ପ୍ରେମ

1 min
163


ଗାଁ ତୋଟା ନଈପଠା କଦମ୍ବର ମୂଳେ

ବିରାଜୁଛି ବିଜନତା

ଚଉପାଶ ଲାଗେ ଶୂନଶାନ ,

ବସନ୍ତର ନାହିଁ ଅତାପତ୍ତା

ଶୁଣାଯାଏ ଯାଇଛି ଦାଦନ ଖଟି

ସକୁଶଳ ଗାଁ କୁ ସେ ଲେଉଟି ଆସିବ

ଏକ ବଡ଼ ପ୍ରଶ୍ନଚିହ୍ନ ।


ଶୁଭୁଅଛି କମ କଳରବ

ଡେଣାମେଲି ଫଡଫାଡ଼ ଉଡୁଛନ୍ତି

ଅଳ୍ପକିଛି ପକ୍ଷୀ ,

ମୁହଁ ସଞ୍ଜ ସକାଳର ମାଛି ଆଲୁଅରେ

ଡେରାହୁଏ ବାଇସାଇକେଲ

କାଆଁ ଭାଆଁ ଗୋଟିଏ କେଉଁଠି ।


ସବୁଆଡେ ମହାମାରୀ ଭୟ

ବନ୍ଦ ଅଛି ମହାବିଦ୍ୟାଳୟ

ଘରେ ରହି ପାଠପଢା ହୁଏ କାମଦାମ

ଖୋଜାହୁଏ ନୂଆ ସାଙ୍ଗ ସାଥି

ପରସ୍ପର କଥାବାର୍ତ୍ତା

ଦେଖାଦେଖି ହୋଇପାରେ ମୁହଁ ।


ଗଢ଼ି ଉଠେ, ଭାଙ୍ଗି ଯାଏ

କ୍ଷଣ ପ୍ରତିକ୍ଷଣ,

ବାଲିଘର : ଜୀବନର ସ୍ୱପ୍ନ

ଏବଂ ସୁସମ୍ପର୍କ ପ୍ରେମ ।

  -



Rate this content
Log in

Similar oriya poem from Romance