STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ବାଜି ରାଉତର ଜୀବନ ବାଜି

ବାଜି ରାଉତର ଜୀବନ ବାଜି

1 min
334

ବର ବରଷର    ବାଜିଆ ରାଉତ 

  ପେଷାରେ ନାଉରୀ ପିଲା

ଗଡଜାତ ଜିଲ୍ଲା   ଢେଙ୍କାନାଳେ ଜନ୍ମ

    ହାତରେ କାତ ଆହୁଲା

ମାଡି ଆସୁଥିଲେ   ଫିରଙ୍ଗୀ ସେନାଏ

   ବ୍ରାହ୍ମଣୀ ନଦୀ ଘାଟରେ

କହିଲେ ନାଉରୀ   ନାବ ଆଣ ବେଗେ

    ପାରି କରିଦିଅ ବାରେ

ଆପଣା ଗୋଡରେ    କୁରାଢୀ ମାରିବା

     ପାରି କରିବା ସମାନ

ଭୁବନ ମାଟିର    ରଖିବ ସମ୍ମାନ

     ଗଲେ ପଛେ ଯିବ ପ୍ରାଣ

ଫିରଙ୍ଗୀଂକ ଧୈର୍ୟ୍ଯ   ବନ୍ଧ ଭାଙ୍ଗିଗଲା

    ନାବ ନନେଲା ବାଜିଆ

ଦାଗି ଦେଲେ ଗୁଳି   ପଡିଲା ସେ ଟଳି

    ସୁମରି ଭାରତ ମାଆ

ଅଠତ୍ରିଂଶ ସାଲ    ନୀଳକଣ୍ଠପୁର

    ଘାଟର ବିରଳ ଦୃଶ୍ୟ

ବୀର ସହୀଦର    ତ୍ୟାଗ ଆଣି ଦେଲା

    ସ୍ୱାଧୀନତାର ପରଶ

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract