ବାଇଗଣୀ ରଙ୍ଗ
ବାଇଗଣୀ ରଙ୍ଗ
ରହସ୍ୟରେ ଭରା ବାଇଗଣୀ ରଙ୍ଗ
ଆଧ୍ୟାତ୍ମିକତା ସୂଚକ।
ସୂର୍ଯ୍ୟଙ୍କର ଏଇ ବାଇଗଣୀରଶ୍ମି
କେବେ ହୁଅଇ ଘାତକ।
ସାତରଙ୍ଗ ମଧ୍ୟେ ପ୍ରଥମ ରଙ୍ଗ ଏ
ଇନ୍ଦ୍ରଧନୁ ମଧ୍ୟେ ଶୋଭା।
ବାଇଗଣ ଦେହେ ତମାଳ ଦେହରେ
ବୁଣୁଥାଏ ବର୍ଣବିଭା।
ଭେଜେରୀ, ଦୁଧୁରା,ଅରଖର ଫୁଲ
ଶ୍ରଦ୍ଧାରେ ନେଇକି ତୋଳି।
ଶିବ ବାବାଙ୍କର ପୂଜା ହୋଇଥାଏ
ବିଷପ୍ରିୟ ସିଏ ବୋଲି।
