STORYMIRROR

Gayatri Singh

Inspirational Others

3  

Gayatri Singh

Inspirational Others

ବାହୁଡା ବ୍ରହ୍ମ

ବାହୁଡା ବ୍ରହ୍ମ

1 min
114

ଭକତ ଗହଳି ଲଗାଇ

ଭାଇ ଭଉଣୀଙ୍କୁ ସାଥିରେ ନେଇ

ବାହୁଡ଼ି ଯାଅ ହେ ବାହୁଡା ବ୍ରହ୍ମ

ଝୁରୁଛି ଭକତ ଝୁରେ ବଡଦାଣ୍ଡ

ହେ ଲୀଳାମୟ ପୁରୁଷୋତ୍ତମ

ଆଡ଼ପ ମଣ୍ଡପେ ବସି ମୁରୁକି ହସଇ

ଭିନ୍ନ ଭିନ୍ନ ରୂପେ ଦର୍ଶନ ଦେଇ

ଜନ୍ମବେଦୀ ରେ ଲୀଳାଖେଳା କରି

ଭାବ ଲଗାଇଛ ହେ ଭାବଗ୍ରାହୀ

ତୁଳସୀ ଚନ୍ଦନ ବାସେ ମହ ମହ

ସାରା ଜଗତ ତୁମ ଭକତି ରେ ମୋହ

ତୁମେ ଥିଲେ ପାଶେ ନାହିଁ କିଛି ଭୟ

ସମଗ୍ର ପରିବେଶ ଓଁ ନମଃ ଭଗବତେ ବାସୁଦେବାୟଃ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପଡିଛି ହୁରି

ବଡଦାଣ୍ଡେ ଭକତଙ୍କ ଭିଡ଼ ପଡେ ଉଛୁଳି

କର୍ଣ୍ଣ ନ ଥାଇ ଶୁଣ ଡାକ ଭକ୍ତର

ହେ ବିଶ୍ଵନିୟନ୍ତା ତୁମେ ଭକତି ଓ ବିଶ୍ୱାସର

ମାଉସୀ କୁ କଥା ଦେଇ ଆଜି ଯାଉଛି ଫେରି

ଆର ବରଷକୁ ଆସିବି ଗହଳି କରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational