STORYMIRROR

Sunanda Mohanty

Abstract Classics Others

4  

Sunanda Mohanty

Abstract Classics Others

ବାହୁଡା ବିଜୟ

ବାହୁଡା ବିଜୟ

1 min
8


ସକାଳ ପ୍ରଣାମ ଘେନ ହେ ଚକାନୟନ 

ବାହୁଡ଼ାରେ ଫେରିଆସ ଶ୍ୟାମଘନ 

ସିଂହ ଦ୍ୱାରେ ଅପେକ୍ଷାରେ ଭକ୍ତ 

ସୁନାବେଶ ଦେଖି ହେବେ ପାପ ମୁକ୍ତ 

ଅଧର ପଣା ସେତ ସ୍ୱର୍ଗର ଅମୃତ

ଯିଏ ପାଇବ ତାର ହିତରୁ ହିତ 

ରୋଗ ଠିକ କରିବେ ସତେ ଶୁଶୃତ 

ଋଣ ରୋଗ ଶୋକ ଦୁଃଖ କାଟି ଜଗନ୍ନାଥ 

ସେଇଥିପାଇଁ ଏ ରଥ ଜାତ 

ଉଦ୍ଧାରରିବା ପାଇଁ ପତିତ 

ପଥେ ରଥେ ନେଇ ଜଗତନାଥ 

ମନୁଷ୍ୟ ଲୀଳା କରନ୍ତି ସମ୍ପାଦିତ 

ଦିବ୍ୟ ପ୍ରେମେ ଦିବ୍ୟ ଜ୍ଞାନେ ବିଶ୍ୱ ବିଦିତ 

କେତେ ପାଥେୟ ଓ ପଥ ସମ୍ପାଦିତ 

ଅନ୍ଧାର ଯାଇ ଆଲୋକ ଉଦ୍ଭାସିତ 

ବାହୁଡା଼ ବିଜୟ କର ଏବେ ଜଗତନାଥ

ତଵ ଲୀଳା କରେ ଭକ୍ତେ ଆପ୍ଲୁତ 

ତଵ ଖେଳା ମେଖଳା ଜାଣେ ଜଗତ 

ବୁଦ୍ଧି ଜ୍ଞାନ ଗାରିମାରେ ଆଲୋକପାତ 

ରଖ ଦୀନବନ୍ଧୁ ଆହେ କୃପାସିନ୍ଧୁ ଡାକେ ଭକତ

ହେ ଚକାନୟନ ଦିବ୍ୟ ଆନନ 

 ମୋକ୍ଷ ମିଳିବ ଜନ୍ମଜନ୍ମାନ୍ତର କରି ଦର୍ଶନ 

ତୁମ ଦିବ୍ୟ ଧାମରେ ଦେବ ଦେବଙ୍କ ବେଶ ଦର୍ଶନ

ତୁମେ ସଖା ସହୋଦର ଏକା ଶେଷ ଭୁବନ 

ରଖ ହରି କିଏ ପାରିବ ମାରି କାଟି ବନ୍ଧନ 

କାଇଁଚମାଳିଆ ସଙ୍ଗେ ଭାଇ ଭଉଣୀ ଆସ ସଦନ 

ତୁମ ବିନା ବଡ଼ ଦେଉଳ ଲାଗୁଛି ଶ୍ରୀହୀନ ।।


Rate this content
Log in

Similar oriya poem from Abstract