ବାହାର-ଭିତର : ଡକ୍ଟର କୃତ୍ତିବାସ ନାୟକ
ବାହାର-ଭିତର : ଡକ୍ଟର କୃତ୍ତିବାସ ନାୟକ


ପିମ୍ପୁଡ଼ି-ପୋକ ବନ୍ୟାଜଳରେ ଯାଆନ୍ତି ଭାସିଭାସି,
ତାକୁ ପାଇଲେ ମାଛ ଖାଆନ୍ତି ହୁଅନ୍ତି ଭାରି ଖୁସି |
ବନ୍ୟା ଛାିଡ଼ିଲେ ପାଣି ଶୁଖିଲେ ମାଛ ଯାଆନ୍ତି ମରି,
ମନଖୁସିରେ ପିମ୍ପୁଡ଼ି-ପୋକ ଖାଆନ୍ତି ତାକୁ ଘେରି |
ଯାହାକୁ ଆମେ ଭାବୁଛି ଛୋଟ କାଲି ସେ ହେବବଡ଼,
ଦୁର୍ବଳ ଦିନେ ସବଳହୋଇ ଜିତିବ ଆମଗଡ଼ |
କାଲି ଯେଉଠି ମଶାଣି ଥିଲା ସେଇଠି କୋଠାହୁଏ,
କାଲି ସେ କୋଠା କଅଣ ହେବ କହି ପାରିବ କିଏ ?
ରୂପ-ଯୌବନ ଆଣେ ଗରବ ରହେନା ବେଶିଦିନ,
ଧନଗରବ ଜ୍ଞାନଗରବ କେବେ ବି ନିଏ ପ୍ରାଣ |
କାହାକୁ ଦୁଃଖ ଦେବାରେ କିଛି ବଡ଼ପଣିଆ ନାହିଁ,
ନିଜେ କାନ୍ଦି ଯେ ହସାଇ ପାରେ ସୁଖୀ ମଣିଷ ସେହି |