STORYMIRROR

DR SAMIR RANJAN BEHERA

Abstract Comedy Inspirational

4  

DR SAMIR RANJAN BEHERA

Abstract Comedy Inspirational

ବାଃ ବାଃ ରେ ଦୁନିଆ

ବାଃ ବାଃ ରେ ଦୁନିଆ

2 mins
279

     

  

      ଦିନେ ଯାଉଥିଲି ବାଟରେ

      ଦେଖିଲି ଗୋଟେ ଲୋକ ଟେ

      ଭିକାରି କୁ ପଇସା ଦେଉଛି ଗୋଟେ ହାତରେ

      ସେଲ୍ଫି ଉଠାଉଛି ଆର ହାତରେ

      ବାଃ ବାଃ ରେ ମୋ ସ୍ମାର୍ଟ ଦୁନିଆ

      କେତେ ଆଗକୁ ଆଗେଇ ନେଲୁଣୁରେ l


      ବାଟରେ ଦିନେ ଯାଉଥିଲି

      ଗୋଟେ ଜାଗାରେ ଭିଡ  ଦେଖିଲି

      ପାଖକୁ ଗଲି 

      ପୋଖରୀ ରେ ଗୋଟେ ବୁଢା ଟେ

      ବୁଡି ଯାଉଥିବାର ଦେଖିଲି

      କିଛି ଚିଲାଉ ଥିଲେ ଦଉଡି ଆଣ

      ଆଉ କିଛି ଡେଇଁ ପଡ଼ି ବୁଢା କୁ ଟାଣି ଆଣ

      ଆଉ କିଛି ଜଣ ଜାଣିଛନ୍ତି କଣ କରୁଥିଲେ

      ମୋବାଇଲ ଧରି ଫୋଟୋ ଉଠଉଥିଲେ l


      ସାଙ୍ଗ ଘର ଦିନେ ଯାଇଥିଲି

      ଦିନ ଗୋଟେ ରହିଥିଲି

      ସଞ୍ଜ ବେଳେ ଆମେ ବସିଥିଲୁ

      ପଡିଶା ଘରୁ ପାଟି ଶୁଭିଲା

      ସାଙ୍ଗଟାକୁ ପଚାରିଲି ସେଠି କଣ ହଉଛି

      ମା ପାଇଁ ଝଗଡା ଚାଲିଛି

      ଜଣେ ଭାଇ କହୁଛି

      ମାସରେ ମୁଁ ପନ୍ଦର ତୁ ପନ୍ଦର

      ଯଦି ମାସ ଟା ଏକତିରିଶ ଅଛି

      ସେଇ ଏକ ଦିନ କିଏ ରଖିବ

      ଝଗଡା ଚାଲିଛି l

    

      ଧନ୍ୟ ରେ ଦୁନିଆ ମାତୃଦିବସ ରେ

      ଷ୍ଟାଟସ ଛାଡ଼ୁଛି ମୋ ମା ମୋ ମା

      ଅନ୍ୟ ଦିବସ ରେ ଭାଗ ହେଉଛି ତା ନା

    ଆଉ ଦିନେ ଆଖି ଦେଖିଲା

     ଟିକେ ଅନ୍ଧାରିଆ ଅନ୍ଧାରିଆ ଥିଲା

    ଗୋଟେ ଲମ୍ବା ଲାଇନ ହେଇଥିଲା

    ଧନୀ ଗରିବ ସବୁ ସେ ଲାଇନ ରେ ଲାଗୁଥିଲା

  କଣ ଗୋଟେ ଖାଇବାକୁ ବୋଧେ ଦିଆ ଯାଉଥିଲା 

   ଆଉ ଆଉ କାଗଜ ମୁଡ଼େଇ କଣ ପୁରାଯାଉଥିଲା

    ପାଖରେ ପଚାରିଲି

     ଭାଇ ଏଠି କଣ ଚାଲିଛି

      ଆରେ ବୁଝି ପାରୁନ

     ଭୋଟ କିଣା ଚାଲିଛି

     ଆଗକୁ ପରା ଇଲେକ୍ସନ ଅଛି l


     ଆଉ ଦିନେ ମୁଁ ଯାଉଥିଲି

     ବାଟରେ ଆକ୍ସିଡେଣ୍ଟ ହେବାର ଦେଖିଲି

      ଲୋକ ଟେ ପଡିଥାଏ ରକ୍ତାକ୍ତ ହେଇ

      ବହୁତ ଜୋର ରେ ଭିଡ ଜମେଇ

      କିଏ କହୁଥିଲା ଆମ୍ବୁଲାନ୍ସ ଡାକ

      କିଏ କହୁଥିଲା ତାଙ୍କ ଘରକୁ ଡାକ

      ଆଉ କିଏ କହୁଥାଏ

      ମଦ ପିଇ କି ଗାଡିଚଲେଇଲେ ଏମିତି ହୁଏ

      ଚାଲ ଚାଲ ଭାଇନା

      ନିଜେ ବଞ୍ଚିଲେ ବାପର ନାଁ l

   

    କି କହିବି ଆରେ କୁହ ରେ ମାଧିଆ

    କହିଲେ ତୁମ ମୁଣ୍ଡ ବିନ୍ଧିବ

    ଯେଉଁଠି ଯିବ ତାଳି ମାରିବ

   କହିଚାଲିବ

     ବାଃ ବାଃ ରେ ଦୁନିଆ

     ବାଃ ବାଃ ରେ ଦୁନିଆ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract