STORYMIRROR

Sudruma Panda

Children

4  

Sudruma Panda

Children

ବାଘ ମାମୁଁ ଙ୍କ ସହର ବୁଲା

ବାଘ ମାମୁଁ ଙ୍କ ସହର ବୁଲା

1 min
272


ବାଘ ମାମୁଁ ଦିନେ ଭାବିଲା ବସି

ସହରୀ ଜୀବନେ କେତେ ଯେ ଖୁସି,

ତୁଚ୍ଛା ରେ ଜଙ୍ଗଲେ ବସିଛି ମୁହିଁ

ଦିନ ରାତି କଞ୍ଚା ମାଉଁସ ଖାଇ,

   ସହର କୁ ଯିବି ଚାଲି

ଭଳି ଭଳି ନୂଆ ଖାଦ୍ୟ ମୁଁ ଖାଇବି

   ଗାଡ଼ିରେ ଆସିବି ବୁଲି ।।  ୧


ଜଙ୍ଗଲରୁ ଶିଘ୍ର ବାହାରି ପଡି

ମନଖୁସିରେ ସେ ଛାଡ଼ିଲା ରଡ଼ି,

ପିଚୁ ସଡକ ରେ ବେଗେ ଧାଇଁଲା

ସହରରେ ଯାଇ ପହଞ୍ଚି ଗଲା,

  ଭିଡ଼ ଦେଖି ହେଲା ଘାଣ୍ଟି

ମଟର ଗାଡି ର ଗଅଁ ଗାଆଁ ଶବ୍ଦେ

  କାନ ଗଲା ତା'ର ଫାଟି ।।  ୨


ଦେଖିଲା ଦୋକାନ ଧାଡ଼ି କି ଧାଡ଼ି

କଳ କାରଖାନା ଛାଡୁଛି ରଡି

ଧୂଆଁ ଓ ଧୂଳି ରେ ସହର ପୂର୍ଣ୍ଣ

ମଶା ମାଛି ହୁଅନ୍ତି ଭଣ ଭଣ,

   ମଣିଷଙ୍କ ନାହିଁ ତର,

ଦୁଃଖ ସୁଖ ପଦେ ବୁଝିବା ପାଇଁ କି

   ନାହିଁ ସମୟ କାହାର ।।  ୩


ଦେଖି ମାମୁଁ ବୁଦ୍ଧି ହେଲା ଗୁଡୁମ

ଭାବିଲା ସହରେ ନାହିଁ ମୋ କାମ

ସହରୀ ଜୀବନ ମୋ ଲୋଡା ନାହିଁ

ଶାନ୍ତି ରେ ଜଙ୍ଗଲେ ରହିବି ମୁହିଁ

   କଞ୍ଚା ମାଉଁସ ମୋ ଭଲ,

ମଣିଷଙ୍କ ପରି ଅଖାଦ୍ୟ ଖାଇ ମୁଁ

   ହେବି ନାହିଁ କଲବଲ ।।  ୪


ଏକ ମୁହାଁ ହୋଇ ବେଗେ ଫେରିଲା

ନିଜ ଜଙ୍ଗଲ ରେ ପହଞ୍ଚି ଗଲା,

ଶାନ୍ତ ପରିବେଶ ନିର୍ମଳ ବାୟୁ

ରାଜା ବୋଲି ସେଠି ତା ବଡ଼ ଭାଉ,

    ସହରୀ ମୋହ ତୁଟାଇ,

ଅତି ଆନନ୍ଦରେ ଜଙ୍ଗଲେ ରହିଲା

  ନିଜ ଶିକାର କୁ ଖାଇ ।।   ୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children