STORYMIRROR

Sudruma Panda

Others

3  

Sudruma Panda

Others

ମାଆ

ମାଆ

1 min
201

ଦଶ ମାସ କାଳ ଗର୍ଭେ ଦେଇ ସ୍ଥାନ

    ସିଞ୍ଚିଛି ମମତା ବାରୀ,

ବକ୍ଷୁ ଢାଳି ସୁଧା ଜୀବନ ରଖିଛି

   କିଏ ହେବ ମାଆ ସରି ।। ୧


ମାଆ ପରି ଯିଏ ମମତା ସ୍ରୋତରେ

     ଭିଜାଇଛି ନିଶିଦିନ,

ମାତୃଭୂମି ମୋର ଭାରତ ଜନନୀ

   ତା କୋଳେ ଜନ୍ମି ମୁଁ ଧନ୍ୟ ।। ୨


ଅଳି ଅତ୍ୟାଚାର ଚରଣ ପ୍ରହାର

    ନିରବେ ଯାଉଛି ସହି,

ସ୍ୱର୍ଗଠୁ ସୁନ୍ଦର ଧରଣୀ ମାଆ ମୋର

   ପ୍ରଣମେ କୃତଜ୍ଞ ହୋଇ ।। ୩


ମାତୃ ସ୍ତନ ପରେ ଯା ସ୍ତନ ଅମୃତେ

   ହୋଇଛି ମୁଁ ହୃଷ୍ଟପୁଷ୍ଟ,

ଜଗତ ବନ୍ଦିତା ସେହି ତ ଗୋମାତା

   କରେ କୋଟି ଦଣ୍ଡବତ ।। ୪


ଗଙ୍ଗା ମାଆ ସମେତ ପ୍ରତି ଜଳ ଉତ୍ସ

    ଜୀବନର ସଞ୍ଜିବନୀ,

ଏ ସମସ୍ତ ମାତା ପଦେ ନତ ମଥା

   ମୁଁ ଏହାଙ୍କ ଚିର ଋଣୀ ।। ୫



Rate this content
Log in