STORYMIRROR

Sudruma Panda

Tragedy

4  

Sudruma Panda

Tragedy

ଭାରି ଦୁଃଖ ଲାଗେ

ଭାରି ଦୁଃଖ ଲାଗେ

1 min
255


ଭାରି ଦୁଃଖ ଲାଗେ ଦେଖି ଦେଖି ଏବେ

ଦୁନିଆଁର ଏହି ପରିସ୍ଥିତି

ଭାରି ଦୁଃଖ ଲାଗେ ଶୁଣି ନିରିହଙ୍କ

ଅନ୍ତର ଫଟା ସେ ଆର୍ତ୍ତ ଗୀତି ।


ଭାରି ଦୁଃଖ ଲାଗେ ମାଁ କୋଳ ଯେବେ

ଅକାରଣେ ହୋଇଯାଏ ଶୂନ୍ୟ

ଭାରି ଦୁଃଖ ଲାଗେ ଶିଶୁଟିଏ ଯେବେ

ହୋଇ ଯାଉଥାଏ ମାତୃହୀନ ।


ଭାରି ଦୁଃଖ ଲାଗେ ରୋଜଗାର କ୍ଷମ

ପୁଅ ଚାଲି ଗଲେ ଆରପାରି

ଭାରି ଦୁଃଖ ଲାଗେ ନବବଧୂ ଯେବେ

ବସିଯାଏ ମଥା ଶୂନ୍ୟ କରି ।


ଭାରି ଦୁଃଖ ଲାଗେ ଜୀବନ ଜୀବିକା

ହୋଇ ଯାଏ ଯେବେ ଦିଶା ହୀନ

ଭାରି ଦୁଃଖ ଲାଗେ ଜୀବିକା ହରାଇ

ଭୋକିଲା ଡାକିଲେ ହା ଅନ୍ନ ।


ଭାରି ଦୁଃଖ ଲାଗେ ବିଦେଶରୁ ପୁଅ

ନ ଫେରିଲେ ମାଟି ମାଁ କୋଳେ

ଭାରି ଦୁଃଖ ଲାଗେ ଶବକୁ ଶ୍ମଶାନ

ନେବା ପାଇଁ କାନ୍ଧ ନମିଳିଲେ ।


ଭାରି ଦୁଃଖ ଲାଗେ ଆତଙ୍କିତେ ଯେବେ

ରାସ୍ତା ଘାଟ ହୁଏ ଶୂନଶାନ

ଭାରି ଦୁଃଖ ଲାଗେ ଗୃହବନ୍ଦୀ ବାପ

ଦେଇ ପାରେନା ପିଲାଙ୍କୁ ଅନ୍ନ ।


ହେ କରୁଣା ସିନ୍ଧୁ ଏ ପରିସ୍ଥିତିରୁ

ଉଦ୍ଧାରିବ ଆଉ କେତେ ଦିନେ

ତୁମ ସଂସାରକୁ ତୁମେ ନରଖିଲେ

ଅପଯଶ ନେବ ଅକାରଣେ ।


Rate this content
Log in

Similar oriya poem from Tragedy