STORYMIRROR

Sudruma Panda

Abstract Inspirational Others

4  

Sudruma Panda

Abstract Inspirational Others

ସିଏ ପରା ମୋର ମାଁ ଟି

ସିଏ ପରା ମୋର ମାଁ ଟି

1 min
265


ଦଶମାସ କାଳ ଗର୍ଭେ ଦେଇ ସ୍ଥାନ,

ମୋ ଆସିବା ବାଟ ଦେଖି ପ୍ରତି କ୍ଷଣ,

ଦେବାପାଇଁ ମତେ ଧରଣୀ ରେ ସ୍ଥାନ,

ଖୁସି ରେ ସହିଛି ପ୍ରସବ କଷଣ,

ସିଏ ଆଉ ପୁଣି କିଏ ଟି,

ସିଏ ପରା ମୋର ମାଁ ଟି ।। ୧


ଉଷ୍ମତା ଦେଇଛି ବକ୍ଷେ ଜାକି ତାର,

ପୂତିଗନ୍ଧୁ ମତେ କରିଛି ଉଦ୍ଧାର,

ବକ୍ଷୁ ଢାଳି ସୁଧା ଜୀବନ ରଖିଛି,

କେତେଯେ ବିନିଦ୍ର ରଜନୀ କାଟିଛି,

ସୁମଧୁର ଯାର ନାଆଁ ଟି,

ସେଇ ପରା ମୋର ମାଁ ଟି ।। ୨


ପଣତ ର ସୁଶୀତଳ ଛାଇ ଦେଇ,

ଝଡ,ଝଞା ଠାରୁ ରଖିଛି ବଞ୍ଚାଇ,‌

ହାତ ଧରି ମୋତେ ଶିଖେଇଛି ଚାଲି,

ଚନ୍ଦନ କରିଛି ମୋ ଦେହ ର ଧୂଳି,

ଦୁଃଖେ,ସୁଖେ ହୋଇ ଠିଆ ଟି,

ସେଇ ପରା ମୋର ମାଁ ଟି ।। ୩


କଣ୍ଟକିତ ପଥ ନିଜେ ବାଛିନେଇ,

ମୋ ରାସ୍ତା କୁ ଦିଏ ଫୁଲରେ ସଜାଇ,

ମୋ ପାଇଁ ଖାଇବା ବାଢ଼ି ଭଳି ଭଳି,

ନିଜ ଭୋକ,ଶୋଷ ସଦା ଯାଏ ଭୁଲି,

ଥକିବା ଶିଖିନି ଯିଏ ଟି,

ସେଇ ପରା ମୋର ମାଁ ଟି ।। ୪


ଶୁଖିଯାଏ ଯଦି କେବେ ମୋର ମୁହଁ

ଜକେଇ ଆସଇ ତା ଆଖି ରେ ଲୁହ,

ମୋ ହସ ବଦଳେ ଯଦି କିଏ ମାଗେ,

କଲିଜା ଟି ଦେଇଦେବ ସେ ସରାଗେ,

ନ ଧରି ପ୍ରତ୍ଯାଶା ନାଁ ଟି,

ସେଇ ପରା ମୋର ମାଁ ଟି ।।  ୫


ମୋ ଭାଗ୍ୟକୁ ଯଦି ମାଁ ଲେଖିଥାନ୍ତା,

ସବୁ ସୁଖ ଯାକ ମୋ ମୁଣିରେ ଥାନ୍ତା,

ତା ପାଖରେ ଯଦି କ୍ଷମତା ଥାଆନ୍ତା,

ତା ଆୟୁଷ ତକ ମତେ ଦେଇ ଦ୍ଯନ୍ତା

ମନରେ ନ ରଖି ଦ୍ୱିଧା ଟି,

ସେଇ ପରା ମୋର ମାଁ ଟି,

ଯାର ପାଦ ତଳେ ମୋର ରାହା ଟି,

ଯାର ପାଦ ଧୂଳି ମୋର ସାହା ଟି ।। ୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract