Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudruma Panda

Children

3  

Sudruma Panda

Children

ଶିଖିବା

ଶିଖିବା

1 min
182



କୁକ୍କୁଟଠୁ ଶିଖ ଉଷାରୁ ଉଠିବା

ଭାନୁଠୁ ସମୟ ଜ୍ଞାନ, 

ପବନଠୁ ସମାଦର ବାର୍ତ୍ତା ନିଅ

ବଗ ଠାରୁ ଶିଖ ଧ୍ୟାନ ।। ୧


ଶ୍ୱାନ ଠାରୁ ପ୍ରଭୁ ଭକ୍ତ ହେବା ବୃକ୍ଷ

ଠାରୁ ପରୋପକାରିତା,

ସଞ୍ଚୟ କରିବା ପିମ୍ପୁଡ଼ିଠୁ ଶିଖ

ଆକାଶରୁ ଉଦାରତା ।। ୨


ବଦାନ୍ୟତା ଶିଖ ନଦୀ ପୁଷ୍କରୀଠୁ

ଧରାଠୁ ସହନ ଗୁଣ,

ପରିଶ୍ରମୀ ହେବା ପକ୍ଷୀଠୁ ଶିଖିବା

ଚନ୍ଦ୍ରଠୁ ଶୀତଳ ପଣ ।। ୩


ଫଳ ପୂର୍ଣ୍ଣ ବୃକ୍ଷୁ ବିନମ୍ରତା ଶିଖ

ପ୍ରକୃତିଠୁ ସଞ୍ଜମତା,

ସାଗରଠୁ ଶିଖ ଫେରାଇବା ପଣ

ମାତାଠୁ ଶିଖ ମମତା ।। ୪


ନିଜ ସଙ୍କଳ୍ପରେ ଅଟଳ ରହିବା

ଅଚଳଠୁ ନିଅ ଶିଖି,

ନିଜେ ଜଳି ଆନେ ତେଜ,ଓଜ ଦେବା

ପ୍ରଦୀପଠୁ ଶିଖ ଦେଖି ।। ୫


ଫୁଲ ଠାରୁ ଶିଖ ସୁରଭି ବାଣ୍ଟିବା 

ମଧୁପଠୁ କୃପଣତା ,

ପ୍ରଜାପତି ଠାରୁ ପ୍ରଫୁଲ୍ଲତା ନିଅ

ଶିଶୁ ଠାରୁ ସରଳତା ।। ୬


ସ୍ଵାଭିମାନୀ ଗୁଣ ସିଂହ ଠାରୁ ନିଅ

ସାଧୁଠୁ ନିଃସ୍ଵାର୍ଥ ଭାବ,

ଜଳ ପରି ପ୍ରତି ପାତ୍ରେ ଢଳି ଗଲେ

ବଞ୍ଚିବା ସହଜ ହେବ ।। ୭


ଜ୍ଞାନ ଅର୍ଜନର ସୀମା ନାହିଁ ପୁଣି

ନାହିଁଟି ସମୟ ଭେଦ,

ଭଲ ଗୁଣ ସବୁରିଠୁ ଗ୍ରହଣୀୟ

ଶିଶୁ ‌ହେଉ ଅବା ବୃଦ୍ଧ ।। ୮



Rate this content
Log in

Similar oriya poem from Children