Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudruma Panda

Others

3  

Sudruma Panda

Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
242



ବର୍ଷ ଅନୁକୂଳ ବିଷୁବ ସଂକ୍ରାନ୍ତି

ଚାଷ ଅନୁକୂଳ ଅକ୍ଷି ତୃତୀୟା,

ଏହି ଦିନୁ ହୁଏ ରଥ ଅନୁକୂଳ

ରଥ ଖଳାରେ ନିର୍ମାଣ ପ୍ରକ୍ରିୟା ।। ୧


ଅତି ସରାଗରେ ସେଦିନ କୃଷକ

ଅକ୍ଷୟ ମୁଠିକୁ ଯତନେ ବାଢି,

ଅକ୍ଷୟ ଅନ୍ନ ଯାଚନାରେ ପୂଜଇ

ଧରଣୀ ମାତାଙ୍କ ଚରଣେ ପଡ଼ି ।। ୨


କ୍ଷେତ୍ର କରଷଇ ନୂଆ ଆଶା ନେଇ

ନୂଆ ବୀଜ ବୁଣି ଲଭଇ ତୃପ୍ତି,

ଉତ୍ତମ ଫସଲ ଯାଚନାରେ ପୂଜେ

ଭକତି ଭରେ ମାତା ବସୁମତୀ ।। ୩


ଘୋଷ ଯାତ୍ରା ପାଇଁ ଏହି ଦିନ ହୁଏ

ନୂଆ ରଥ ନିର୍ମାଣ ଆୟୋଜନ,

ଆଜ୍ଞା ମାଳ ନେଇ ରଥ ଖଳା ଠାରେ

ଆରମ୍ଭ ହୁଅଇ ରଥ ନିର୍ମାଣ ।। ୪


ଏହି ଦିନ ମହା ପରାକ୍ରମୀ ମହା 

ତେଜବନ୍ତ ପର୍ଶୁରାମଙ୍କ ଜନ୍ମ,

ବ୍ରହ୍ମ ବେତ୍ତା ବ୍ରହ୍ମ ତେଜେ ଯିଏ ଦିନେ

ବ୍ରାହ୍ମଣ କୁଳ କରିଥିଲେ ଧନ୍ୟ ।। ୫


କ୍ଷତ୍ରିୟଙ୍କ ଦଉରାତ୍ମ୍ୟରେ ଅଧିର 

ହେଉଥିଲା ଯେବେ ଧରଣୀ ରାଣୀ,

ବାର ବାର କରି ଏକୋଇଶି ବାର

ନିକ୍ଷତ୍ରିୟ କରିଥିଲେ ଧରଣୀ ।। ୬


ଏହି ଶୁଭ ଦିନେ ଜନ୍ମି ଥିଲେ ଦିନେ

ଶ୍ରୀ ଜୟଦେବ କେନ୍ଦୁଲି ଗ୍ରାମରେ,

ସଂସ୍କୃତରେ ରଚି ଶ୍ରୀ ଗୀତଗୋବିନ୍ଦ 

ଅକ୍ଷୟ କୀର୍ତ୍ତି ରଖିଲେ ଧରାରେ ।। ୭


ହିନ୍ଦୁ ସଂସ୍କୃତିରେ ବିଶ୍ୱାସ ରହିଛି

ଏହି ଦିନ ଯାହା ଆରମ୍ଭ ହୁଏ,

ସଫଳତା ଲାଭ କରଇ ଅବଶ୍ୟ

ଅକ୍ଷୟ ହୋଇ ତା ଜଗତେ ରହେ ।। ୮



Rate this content
Log in