STORYMIRROR

Sudruma Panda

Others

3  

Sudruma Panda

Others

ଉତ୍ତମ ବନ୍ଧୁ

ଉତ୍ତମ ବନ୍ଧୁ

1 min
295


ଶୁଣ ସୁଜନ ଦେଇ ମନ

ଉତ୍ତମ ବନ୍ଧୁର ଲକ୍ଷଣ ।।


ସୁଖେ ଦୁଃଖେ ଯେ ସଙ୍ଗେ ଥାଇ,

ଉତ୍ତମ ବନ୍ଧୁ ତାକୁ କହି ।।


ଆନନ୍ଦ ବନ୍ଧୁ ସୁଖ ଦେଖି

ବନ୍ଧୁର ଦୁଃଖେ ସମ ଦୁଃଖି ।।


ଧନ କାର୍ପଣ୍ୟ ସେବା ଦେଇ,

ଯେ ଜନ ବନ୍ଧୁ ସଙ୍ଗେ ଥାଇ ।।


ମନ ବିଚାର ଆଚରଣେ,

ଶୁଦ୍ଧତା ରଖନ୍ତି ଯେ ଜନେ ।।


 ମହତ ମଧ୍ୟେ ଗଣା ହୋଇ,

ସମାଜେ ରହିଥାନ୍ତି ସେହି ।।


ସମ୍ପଦ ଦେଖି ଯେଉଁ ଜନ,

କରଇ ବନ୍ଧୁ ଆଚରଣ ।।


ନିତାନ୍ତ ସ୍ୱାର୍ଥୀ ତାକୁ କହି,

ଅଧମ ଜନେ ଗଣା ହୋଇ ।।


ସମ୍ପଦ କାଳେ ସର୍ବେ ସଖା,

ବିପଦେ ନ ଦିଅନ୍ତି ଦେଖା ।।


ବନ୍ଧୁତାରେ କାଳି ଲଗାନ୍ତି

ବନ୍ଧୁର ମର୍ଯ୍ୟାଦା ନାଶନ୍ତି ।।


ଏମନ୍ତ ବନ୍ଧୁ ଲକ୍ଷଣ,

ଭାଗବତର ଏ ବଚନ ।।



Rate this content
Log in