Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudruma Panda

Inspirational

3  

Sudruma Panda

Inspirational

ଶୁଦ୍ଧ ଭାବନା

ଶୁଦ୍ଧ ଭାବନା

1 min
199



ସମୟ ବି କେବେ କେତେ ରୂପ ନେଇ

ଜୀବନ କବାଟେ ମାରଇ କର,

ସୁଖ ଥିଲେ ହେଉ ଖୁସିରେ ବିଭୋର

ଦୁଃଖ ଆସେ ଯେବେ ହେଉ ଅଧିର ।। ୧


ଦିନ ପରେ ରାତି ଅବଶ୍ୟ ଆସିବ

ରାତି ପାହି ନିଶ୍ଚେ ହେବ ପ୍ରଭାତ,

ସେମିତି ଆମକୁ ବଞ୍ଚିବାକୁ ହେବ

ସହି ଜୀବନ ଘାତ ପ୍ରତିଘାତ ।। ୨


ସ୍ଥିତପ୍ରଜ୍ଞ ହୋଇ ବିଚଳିତ ନୋହି

ସମ୍ମୁଖୀନ ହେବା ପରିସ୍ଥିତିର,

ଦୁଃଖ କେବେ ସବୁ ଦିନେ ରହେ ନାହିଁ

ନିଶ୍ଚୟ ଆସିବ ସୁଖ ଖବର ।। ୩


ପ୍ରତି କ୍ଷଣ ଅଟେ ଅତି ମୂଲ୍ୟବାନ

କରିବା ତାହାର ସଦୁପଯୋଗ,

ଜୀବନ ଯୁଦ୍ଧରେ ବିଜୟୀ ହୋଇବା

କରିବା ନି କେବେ ଯୁଦ୍ଧାସ୍ତ୍ର ତ୍ୟାଗ ।। ୪


ମନରେ ଆମର ନକାରାତ୍ମକର

ଭାବନା କୁ ଦେବା ନାହିଁ ପ୍ରଶ୍ରୟ ,

ସକାରାତ୍ମକ ଭାବକୁ ଆଦରିଲେ

ଆଲୁଅ ରେ ଭରି ଯିବ ହୃଦୟ ।। ୫


ନବ ଉନ୍ମେଷର ସନ୍ଧାନରେ ରହି

ବିତାଇବା ଆମ ବଳକା ଆୟୁ,

ଦମ୍ଭ ଧୈର୍ଯ୍ୟ ଅଟେ ଅସଲ ଶକତି

କ୍ଷୁର୍ଣ୍ଣ ହେବା ପାଇଁ ଦେବାନି ଆଉ ।। ୬


ଶୁଦ୍ଧ ମନ ଶୁଦ୍ଧ ହୃଦୟ ଯାହାର

ମିଳିଥାଏ ତାକୁ ବିଭୁ କରୁଣା,

ତେଣୁ ହେ ଈଶ୍ୱର ଏ ସୁଦୟା କର

ମନେ ଆସୁ ଆମ ଶୁଦ୍ଧ ଭାବନା ।। ୭



Rate this content
Log in

Similar oriya poem from Inspirational