ବାଏ ଗୁଡ୍ ନାଇଟ୍
ବାଏ ଗୁଡ୍ ନାଇଟ୍
ମୁଁ ଚାହେଁନି ଗୁଡ୍ ନାଇଟ୍ କହି
ମୋ ରାତିର ବୟସକୁ,
ସକାଳ ଆଡ଼କୁ, ତୁମେ
ଜୋର୍ ଜବରଦସ୍ତ କରି, ଠେଲି ଦେଇଯାଅ ବୋଲି !
ତୁମ ଗୁଡ୍ ନାଇଟ୍ ରୁ ହିଁ ତ
ମୋ ରାତିର ବୟସ ସାରିବାକୁ
ଆରମ୍ଭ ହୁଏ;
ତା' ପରେ,
ମୋ ପୃଥିବୀରୁ
ଧିରେ ଧିରେ କରି, ସବୁତକ ଅନ୍ଧକାର ସରେ,
ତୁମେ ଆଲୁଅକୁ
ଆମନ୍ତ୍ରଣ ଦେଇଗଲା ପରେ ।।
ମୁଁ ତ କେତେ ଥର କହିଛି
ଅନ୍ଧାକର ମୋ ମିତ୍ର, ଆଉ
ଆଲୁଅ ସହ ମୁଁ ବଇରି ପାଳିଛି ।।
ଏ
ରାତି,
ଅନ୍ଧାର,
ନୀରବତା,
ନିଃସଙ୍ଗତାରୁ ହିଁ,
ମୋ ସ୍ବପ୍ନ ଗୁଡ଼ିକ ଅନ୍ତସ୍ୱତା ହୋଇ,
ଆଶା ଆକାଂକ୍ଷାର
ସନ୍ତାନ ସନ୍ତତିକୁ ଜନ୍ମ ଦିଅନ୍ତି;
ତେବେ କଣ ?
ତୁମେ ମୋ ରାତିକୁ ଛଡ଼େଇ ନେବାକୁ
ଚାହଁ, ମୋ ' ଠୁ ;
ଆଶା ଆକାଂକ୍ଷାର ଭ୍ରୁଣ ଜନିତ
ହତ୍ୟାରେ ଦୋଷୀ ସାଜିବ ?
ଦଣ୍ଡ ପାଇବ ?
ଏଇ ! ସତ କହିଲ,
ମୋ ' ଠୁ
ରାତିକୁ ଛଡ଼େଇ ନେଇ
ତୁମେ କଣ
ସୁଖୀ ହୋଇବ ?