ବାଦନାମ ଗଳି
ବାଦନାମ ଗଳି
ହଁ ପ୍ରେମ ତ ନିତି ଚାଲେ
ମୈଥୁନେ କୁହୁଳି କୁହୁଳି,
କେଉଁ ନାରୀ ବାରାଙ୍ଗନା ସାଜେ
କେ ବଣମଲ୍ଲୀ କେ ଶେଫାଳୀ,
କେ ଲୁଣ୍ଠନକାରୀ କେ ଗଙ୍ଗଶିଉଳୀ
ସେଲାଗି ବୋଧେ ନାମ ତା ବଦନାମ୍ ଗଳି।
ରାତିର କାଳିମା ସକାଳେ ବିଲୁପ୍ତ
ଏପରି ସେ ଏକ ରଙ୍ଗମଞ୍ଚ,
କେ ସାଜେ ମାଦାନ୍ଧ ତା ଲାଗି
କେ ମନୋରଥେ ଅନ୍ଧ,
କେ ଖୋଜେ ବିବର୍ଣ୍ଣ ବସନ୍ତ
କେ ଦେହାଥରା ଶୀତ।
ବେହିସାବି ପ୍ରେମିକର
ପ୍ରେମ ହାଟେ ପ୍ରୀତି ସଉଦା,
ନିର୍ଜନ ପ୍ରହରେ ମୋହିତ
କରଣ ହୃଦେ ଭରେ ପୂଳକତା ।
ଅନ୍ଧାରୀ ଇଲାକାର ମଧୁକ୍ଷରା ଛାତିରେ
ବେଶ୍ ଆରାମରେ କଟେ ରାତି,
ଅନ୍ଧାର ରାତିର ସେ ଝଲମଲ ପୋଷାକ
କରେ ବର୍ଦ୍ଧିତ କାମୁକର ଛାତି।
ଜହ୍ନ ଦେହରୁ ଝାମ୍ପି ଆଣି ମୁଠାଏ ସୁଅଁ
ରାତ୍ରିର କାଳିମା ଆଖିର କଜ୍ଵଳ,
ରକ୍ତ ଜୁଆର ଖେଳେ ସତେ ଲାଲିମା ଲେପନ
ଅବ୍ଜ ହରିତ ନୟନ କରେ ଆଲିଙ୍ଗନ।
ନିଜ ପିଶିତେ ଖେଳ ତୁମ୍ଭେ
କରି ନିଜକୁ ତୁଚ୍ଛ,
ଅଙ୍ଗେ ତୁମ ବଶୀଭୂତ କାମ
ଗଣ୍ଠିଲି ବାନ୍ଧି ରଖିଛ।
ଗୋଧୂଳୀରେ ତୁମ୍ଭ ଆତଯାତ
ସୂର୍ଯ୍ୟ ପାଇଁ କି ଭୟଭୀତ,
ଚାନ୍ଦ ଯେ ଅଟେ ମଧୁର ସଙ୍ଗୀତ
ସେ ଚାନ୍ଦ ବି ଅଟେ କଳଙ୍କିତ।
ହଁ ପ୍ରେମ ତ ନିତି ଚାଲେ
ମୈଥୁନେ କୁହୁଳି କୁହୁଳି,
କେଉଁ ନାରୀ ବାରାଙ୍ଗନା ସାଜେ
କେ ବଣମଲ୍ଲୀ କେ ଶେଫାଳୀ,
କେ ଲୁଣ୍ଠନକାରୀ କେ ଗଙ୍ଗଶିଉଳୀ
ସେଲାଗି ବୋଧେ ନାମ ତା ବଦନାମ୍ ଗଳି।
