ବାବା ଶ୍ରୀମାତଙ୍ଗେଶ୍ବର
ବାବା ଶ୍ରୀମାତଙ୍ଗେଶ୍ବର
ମୋତେ କହିବ କି ଥରେ ତୁମେ ହେ ବାବା ମାତଙ୍ଗେଶ୍ବର,
କେତେ ଆଉ ପର କଥାରେ ନାଚିବି ଜୀବନରେ ବାର ବାର ?
ମୋତେ ଯେତେ ବେଳେ ମରତ ମଣ୍ଡଳେ ମଣିଷ କରି ଛାଡିଲ,
କି ପ୍ରତିଶୃତି ଦେଇ ଆସିଥୁଲି ଥରେ ମୋ ପାଇଁ ମନେ କରିଲ ?
ଯେତେ କରିଥିଲି ପ୍ରତିଜ୍ଞା ଈଶ୍ବର ତୁମ କୋଟି ନାମ ନେଇ,
ମଣିଷ ଜନମ ପାଇଗଲା ପରେ ପାଶୋରିଲି ସବୁ ମୁହିଁ !
ଅବିବେକି ପାଖେ ବିବେକ ପଣକୁ ବନ୍ଧା ମୁଁ ପକେଇ ଦେଇ,
ତୁମ ନାମ ରସ ଛାଡି ତା କଥାରେ ନାଚୁଛି ତାଥେଇ ଥେଇ !
ସେ ଦେଲେ ଇସାରା କରିଲି ଆସରା ତୁମେ କେଉଁ ଆଡେ ଗଲ ?
ବାବା ନାମ ଛାଡି ତା ନାମ ଘୋଷିଲି ଜୀବନରେ ବାର ବାର !
ସତରେ ଈଶ୍ବର ହୋଇ ପାରିଲିନି ମୁଁ ମୋ ନିଜସ୍ବ କେବେ,
ପରଭୋଜି ଆଜି ମଲାଙ୍ଗ(ଗଛ ଉପରେ ଆଉ ଗୋଟିଏ ଗଛ) ହୋଇ ମୁଁ ଗଛ ଡାଳେ ଝୁଲେ
ଯେବେ !
ମୋ ନିଜସ୍ବକୁ ମୁଁ ବିକ୍ରୀ କରିଦେଲି ତା କଥା ବିଶ୍ବାସ କରି,
ଆଜି ନେଡିଗୁଡ କହୁଣୀ ଛୁଇଁଛି ଜିଭ ପାଏନା ମୋହରି !
ଧିକ ଧିକ ମୋର ଶୂନ୍ୟ ବିବେକକୁ ଧିକ ମୋ ମଣିଷ ଜନ୍ମ,
ଅଲାଜୁକ ପଣେ କେତେ ବା ନାଚିବି ବତାଇ ଦିଅ ହେ ବ୍ରହ୍ମ ?