STORYMIRROR

Kalandi pal

Inspirational

3  

Kalandi pal

Inspirational

ବାବା ହୁଅ ସାହା ଭକ୍ତେ କାଉଡିଆ

ବାବା ହୁଅ ସାହା ଭକ୍ତେ କାଉଡିଆ

1 min
244


ଭୋଳାନାଥ ବାବା ତୁମେ ଶିବ ଶଙ୍କର.

କୋପେ ଦିଅ ବର ଅବା ତପରେ ବର.!!


ପହିଲି ଶ୍ରାବଣେ ତୋର କାଉଡିଆ ଭକ୍ତ.

କାନ୍ଧରେ ବାଉଙ୍ଗୀ ପୁଣି ତୁଣ୍ଡେ ତୁମ ଗୀତ.!!


ଦଳ ଦଳ ହୋଇ ଯାନ୍ତି ରାସ୍ତା ହୁଏ ଭିଡ଼.

ଶ୍ରାବଣ ପ୍ରଥମ ଧାର କାନ୍ଧରେ ତାହାର.!!


ପାଟିରେ ଡାକନ୍ତି ସଦା ପ୍ରଭୁ ତୁମ ନାମ.

ଭକ୍ତି ଥାଉ ନଥାଉ କି ଦେଖାଣିଆ କାମ.!!


ଭକ୍ତ ରୂପେ ଭଗବାନ ଏହା ଚରନ୍ତନ.

ସେଥିରେ କଳଙ୍କି ବୋଳି କରେ ପ୍ରହସନ.!!


ଯେଉଁ ନଦୀ ଜଳ ଢ଼ାଳେ ତୋ ଲିଙ୍ଗ ଉପର.

କୁହ ସେହି ଭକ୍ତେ ପ୍ରଭୁ ପିଅନ୍ତୁ ସେ ଜଳ.!!


ଯାହାକୁ ସେ ପିଅନ୍ତିନି ସମର୍ପନ୍ତି ତୋତେ.

କେଉଁ ଭକ୍ତି ଅଛି ପ୍ରଭୁ କାଉଡ଼ିଆ ଚିତ୍ତେ.!!


ପାଣି ଭାର ନେବା ବେଳେ ଗଂଜେଇର ମାଡ଼.

ରାସ୍ତା ଘାଟ ଦିଶେ ନାହିଁ ଡହଳ ବିକଳ.!!


ତା ସାଥିରେ ଭାଙ୍ଗ ପୁଣି ମଦର ବୋତଲ.

ହୋ ହାଲ୍ଲା କରୁଥାନ୍ତି ଯେହ୍ନେ ପଙ୍ଗୁପାଳ.!!


କେତେବେଳେ ଗାଡି ଧକା ନିଶାର କବଳେ.

ଅମୁଲ୍ୟ ପ୍ରାଣଟି ଯାଏ ପୁଣି ଅକ୍ଳେଶରେ.!!


ସର୍ବ ଶକ୍ତି ମାନ ତୁମେ ହେ ତ୍ରିଶୂଳ ଧର.

ହଳାହଳ ବିଷ ପାନେ ନ ହୁଅ ଅସ୍ଥିର.!!


ଭକ୍ତି ଥିଲେ ପ୍ରଭୁ ତୁମେ ସବୁଠାରେ ଥାଅ.

ଦେଖାଣିଆ ଭକ୍ତେ ପ୍ରଭୁ ସଦବୁଦ୍ଧି ଦିଅ.!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational