ଅୟୂତ ସପନ
ଅୟୂତ ସପନ
କାହିଁକି ଭାବୁଛ ଜୀବନଟା ଖାଲି
ନର୍କରେ ନର୍କରେ
ନଇଁ ପଡୁଛି ,
ସ୍ବର୍ଗୀୟ ସୁଖର ମୃଦୁ ଆସ୍ତରଣ
ଦୁଃଖର ଢେଉକୁ
ଧୋଇ ଦେଉଛି ।
ରଙ୍ଗ ବେରଙ୍ଗର ରଙ୍ଗମଞ୍ଚ ଦେଇ
ଜୀବନ ନାଟକ
ଆଗେଇ ଥାଏ,
ଦୃଶ୍ୟରେ ଦୃଶ୍ୟରେ ଅଙ୍କରେ ଅଙ୍କରେ
ଚିତ୍ରନାଟ୍ୟ ରୂପେ
ରଙ୍ଗ ଦେଖାଏ ।
ଜୀବନ ସୁଖର, ହସର,କାନ୍ଦର
ଯାତନା ଜର୍ଜର
ସଂଗ୍ରାମ ପାଇଁ ,
ମୃତ୍ୟୁ ତାହାର ଅନ୍ତିମ ପ୍ରାନ୍ତର
ବଞ୍ଚି ଚାଲିଥାଏ
ସଂକଳ୍ପ ନେଇ ।
ସଂକଳ୍ପ ଭିତରେ ସଂଘର୍ଷ ଭିତ୍ତିରେ
ସଂଗ୍ରାମକୁ ନିଜ
ସାରଥି କରି ,
ବଞ୍ଚିବାକୁ ହୁଏ ଯୁଝିବାକୁ ହୁଏ
ଆଲୋକ ଅନ୍ଧାର
ପଥ ଆବୋରି ।
ବଞ୍ଚିବା ମରିବା ମରିବା ବଞ୍ଚିବା
ଅଦମ୍ୟ ସ୍ପୃହାର
ଦୁର୍ବାର ଢେଉ ,
ମିଥ୍ୟା ପ୍ରହେଳିକା ରୁକ୍ଷ ଅବନ୍ତିକା
ଜନ୍ମ ଜାତକରେ
ଉଦ୍ଦାମ ଆୟୁ ।
ବିବେକକୁ କରି ବଳିଷ୍ଠ ସାରଥି
ଜୀବନ ରଥକୁ
ନିଅ ଆଗେଇ ।
ମନ ତ ପବନ ଅୟୂତ ସପନ
ଖୋଜି ଚାଲେ ଖାଲି
ସୁଖର ପାଇଁ ।
