Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Classics Inspirational Others

3  

Bidyadhar Mantry

Classics Inspirational Others

ଅଯଥା ଭୟ କ୍ରମଶଃ

ଅଯଥା ଭୟ କ୍ରମଶଃ

1 min
191


         

ସବୁ କଥା ଠିକ୍ ରେ ବୁଝି ହେଉନି

ରାସ୍ତା ଅନେକ

କେଉଁ ରାସ୍ତାରେ ଯିବା

ଜଣେ ଖୁସି ତ ଆଉ ଜଣେ ନାରାଜ

ଭାବିଲେ ମନରେ ଭୟ ।


ଯଦି ଆଦର କରିବା କାହାକୁ

ଡର ଲାଗୁଛି, କାଳେ ସମ୍ପୂର୍ଣ୍ଣ ବୁଝିଯିବ !

କାହାକୁ ଦୁଃଖ କହିଲେ

ଥଟ୍ଟା ରେ ଉଡେଇ-ଦେବାର ଭୟ

ଭୟ ମନକୁ ଘେରି ଯାଉଛି।


ରୋଜଗାର କମ୍ ହେଲେ

ଗରିବ ର ଆଖ୍ୟା, ଗରିବ ର ଇଜ୍ଜତ କାହିଁ !

ଅମାପ ଧନ ର ଅଧିକାରୀ ହେଲେ

ପାଇସବାଲା,ଅହଙ୍କାରୀ କହିବେ

ସେଇ ଭାବନା ର ଭୟ ବି ମନରେ।


କାହାକୁ ସାହାଯ୍ୟ ନ କଲେ

ନିଷ୍ଟୁର କହିବେ

ସାହାଯ୍ୟ କରିବାର ହାତ ବଢାଇଲେ

ମୁର୍ଖ ସହିତ ତୁଳନା କରିବେ

ଦ୍ୱିଧା ମନରେ,ଭୟ ବି ମନରେ।


ସ୍ତ୍ରୀ ର କଥା କୁ ସମ୍ମାନ ଦେଲେ

ସ୍ତ୍ରୀ ବୋଲ-କରା, ପତ୍ନୀଙ୍କ ଅନୁଗ୍ରାହୀ କହିବେ

ନିଜ ଘର ଲୋକଙ୍କୁ ସମ୍ମାନ ଦେଲେ

ପତ୍ନୀ ସହିତ ସମ୍ପର୍କ ତିକ୍ତ

ଉଭୟ ପାର୍ଶ୍ଵ କୁ ଠିକ୍ ହେବାର ଇଚ୍ଛା

ସମ୍ଭବ ନୁହେଁ ବୋଲି ମନରେ ଭୟ।


ଜଣେ ପୁରୁଷ ହେବା,ବହୁତ କଷ୍ଟକର

ପ୍ରକୃତ ଭାଇ ହୋଇ ରହିବା,ଆହୁରି କଷ୍ଟକର

ରାମଙ୍କ ପରି ସ୍ବାମୀ ହେବା ବି କଷ୍ଟକର

ରାମଙ୍କ ପରି ପୁଅ ହେବା ବି ବଡ କଷ୍ଟକର

ସୁଦାମା ଓ କୃଷ୍ଣ ପରି ବନ୍ଧୁ,ଏବେ ମିଳିବା ସନ୍ଦେହ

ଏହି ସବୁ କଥା ଭାବି ମନରେ ଭୟ।

ମନର ଅଯଥା ଭୟ ହିଁ ସବୁ ପ୍ରଗତି ପଛର ଭୟ


ପିଲାଙ୍କୁ ସ୍ମାର୍ଟ୍ ଫୋନ୍ ଦେବାକୁ ଭୟ

ଯଦିଓ ପିଲାଏ ସଚେତନ,ତଥାପି ଭୟ

ଭୟର କାରଣ ବି ସ୍ପଷ୍ଟ

କିଛି ଖରାପ ପ୍ରଭାବ ଥିବା ଭିଡିଓ ଦେଖିବେନି ତ!!

ପିଲାଙ୍କୁ କଣ ଭୟ! ଭୟ କେବଳ ବାପା-ମା'ଙ୍କୁ

ଭୟ କ୍ରମଶଃ ଭୟଙ୍କର ନ ହେଉ।



Rate this content
Log in

Similar oriya poem from Classics