ଅତୁଟ ସ୍ନେହ ବନ୍ଧନ
ଅତୁଟ ସ୍ନେହ ବନ୍ଧନ
🥀🥀🥀🥀🥀🥀🥀🥀🥀🥀🥀🥀🥀
ସନ୍ତାନ ପ୍ରତି ମାଆର ଅନାବିଳ
ସ୍ନେହ ମାଆକୁ ଅନ୍ଧ କରି ଦିଏ
ସନ୍ତାନଟି ତା ଠାରୁ ଦୁରେଇ
ଗଲେ ମାଆର ମନ ବିଳପି
ଉଠେ ସେହି ଭାବକୁ
ନେଇ କବିତାଟି ।
🥀🥀🥀🥀🥀🥀🥀🥀🥀🥀🥀🥀
ମୋ ଦୁଇ ଆଖିର ଜ୍ୟୋତି
ମୋ ନୟନ ମଣି
ଘଡ଼ିଏ ଅନ୍ତର ହେଲେ
ହୁଏ ମୁଁ ଅନ୍ଧୁଣି ।
ବନବାସ ଗଲେ ରାମ ଝୁରେ କଉଶଲ୍ୟା ମାତ
ଝୁରନ୍ତି ଅଯୋଧ୍ୟା ବାସୀ ଝୁରେ ଦଶରଥ.
ଧନୁଯାତ୍ରା ଦେଖି ଗଲେ ଗୋପୁ କୃଷ୍ଣ ହଳପାଣି
କାନ୍ଦଇ ଯଶୋଦା ରାଣୀ କାନ୍ଦେ ରାଧାରାଣୀ
କାହିଁକି ଧନ କେଜାଣି ମାଆର ମନ ବୁଝେନି
ଅଛିଣ୍ଡା ସ୍ନେହ ବନ୍ଧନ ଛିଡେଇ ପାରେନି ।
ଦୂରେ ଗଲୁ ଧନ ମୋର ଖାଆଁ ଖାଆଁ ଲାଗେ ଘର
ରୂପ ତୋର ଖୋଜୁଥାଏ ନୟନ ଯୁଗଳ
ଜନ୍ମ ଦେଲି ଫାଡ଼ି ଅନ୍ତ ଦେଲି ବକ୍ଷରୁ ଅମୃତ
ବାତ୍ସଲ୍ୟ ମମତା ସ୍ରୋତ ବାନ୍ଧେ ଅବିରତ
ବିଧିର ବିଧାନ ପୁଣି କପାଳେ ବାମ ହେଲେଣି
ଯେଉଁଠି ବି ଥାଅ ସାହା ମୋ ପଣତ କାନି ।