Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Classics Inspirational

4.5  

Pranati Panda

Classics Inspirational

ଅତୁଟ ବିଶ୍ୱାସ

ଅତୁଟ ବିଶ୍ୱାସ

1 min
414



 

ସ୍ଵପ୍ନମୟ, ଶବ୍ଦମୟ, ବର୍ଣ୍ଣମୟ

     ପୂର୍ଣ୍ଣତାରେ ଭରା ପରକାଶ,

ମୁଠାଏ ତ' ଆଶା ଅଦମ୍ୟ ସାହସ

     ଜୀବନରେ ଅତୁଟ ବିଶ୍ୱାସ ।


ଆତ୍ମହରା , ଅନୁରାଗେ , ଏ' ଅନ୍ତରୁ

    ନିରନ୍ତର ଝରୁଥାଏ କ୍ଲେଶ,

କଳ୍ପନାର ଅଭିସାରେ ବିଚ୍ଛୁରିତ

      ରଙ୍ଗୀନ୍ ରଚନାତ୍ମକ ଶ୍ଲେଷ ।


ଆଶା ଆତଙ୍କିତ ଚିତ୍ତ ହନ୍ତସନ୍ତ

     ପ୍ରସାରିଛି ରହି ଚତୁଃପାର୍ଶ୍ଵ,

କ୍ଷଣିକ ତା' ଟାଣପଣ ତାତ୍ସଲ୍ୟର

     ପୂର୍ଣକୁମ୍ଭା ବିଷାଦ ଓ ହର୍ଷ ।


ଜୀବନଟି ପରି ଜୀବନକୁ ଦେଇ

     ନପାଇ କାହା ମୃଦୁ ପରଶ ,

ଯିଏ ଜିଇଁପାରେ ନିଃସର୍ତ୍ତ ଜୀବନ

      ହେବନାହିଁ କେବେବି ବିବଶ ।


ପ୍ରସ୍ଫୁଟିତ, ପୂର୍ଣ୍ଣକଳି, ମୁଖଦଳ

     ଆରକ୍ତ ଅଧରେ ଭରି ହସ,

ଅନନ୍ତ ଯାତ୍ରାରେ ପ୍ରଭୁ ସମର୍ପିତ

      ସେ'ଠି ପୂର୍ଣ୍ଣ ଅତୁଟ ବିଶ୍ୱାସ ।।

    

      


Rate this content
Log in

Similar oriya poem from Classics