ଅତୁଳନୀୟ
ଅତୁଳନୀୟ
ଜଗତେ ଯାହାର ନାହିଁ ପଟାନ୍ତର
ନିଜ ସହ ତୁଳନୀୟ
ଆସ୍ତିକ ନାସ୍ତିିକ ଭକତ ଭାବୁକ
ସଭିିିଙ୍କର ବନ୍ଦନୀୟ।
ଦେବତା ରାକ୍ଷସ ଯକ୍ଷ ଗନ୍ଧରବ
ରାଜା ପ୍ରଜା ବ୍ରହ୍ମଚାରୀ
ସଭିିିଙ୍କର ସିଏ ସାହା ହୋଇଥାଏ
ଗରଭରେ ଥାଏ ଧରି।
ସଭିିଙ୍କୁ ପିଆଇ ବକ୍ଷୋଜ ଅମୃତ
ଛୋଟରୁ କରଇ ବଡ
ପଣତ ତାହାର ମଥାନରେ ରହି
ଅଟକାଏ କେତେ ଝଡ।
ଧରଣୀ ମାତାଠୁ ସହନ ଶକତି
ଅଧିକ, ତନୁରେ ଭରା
ଦୁଃଖ କଷ୍ଟ ଅଳି ଅର୍ଦ୍ଧଳି ସହେ ସେ
ଜଗତରେ ବର ପରା।
ସଂସାରରେ କେହିି ଦେବ ଦାନୀ ଧନୀ
ତା ଋଣ ପାରିନିି ଶୁଝି
ମାତା ସେବାକାରୀ କେବେ ହାରିନାହିିଁ
ଜାଣି ରଖିିିଥାଅ ବୁଝି।
