STORYMIRROR

Anam Charan Sahoo

Inspirational

5.0  

Anam Charan Sahoo

Inspirational

ଅତୁଳନୀୟ

ଅତୁଳନୀୟ

1 min
14K


ଜଗତେ ଯାହାର ନାହିଁ ପଟାନ୍ତର

ନିଜ ସହ ତୁଳନୀୟ

ଆସ୍ତିକ ନାସ୍ତିିକ ଭକତ ଭାବୁକ

ସଭିିିଙ୍କର ବନ୍ଦନୀୟ।

ଦେବତା ରାକ୍ଷସ ଯକ୍ଷ ଗନ୍ଧରବ

ରାଜା ପ୍ରଜା ବ୍ରହ୍ମଚାରୀ

ସଭିିିଙ୍କର ସିଏ ସାହା ହୋଇଥାଏ

ଗରଭରେ ଥାଏ ଧରି।

ସଭିିଙ୍କୁ ପିଆଇ ବକ୍ଷୋଜ ଅମୃତ

ଛୋଟରୁ କରଇ ବଡ

ପଣତ ତାହାର ମଥାନରେ ରହି

ଅଟକାଏ କେତେ ଝଡ।

ଧରଣୀ ମାତାଠୁ ସହନ ଶକତି

ଅଧିକ, ତନୁରେ ଭରା

ଦୁଃଖ କଷ୍ଟ ଅଳି ଅର୍ଦ୍ଧଳି ସହେ ସେ

ଜଗତରେ ବର ପରା।

ସଂସାରରେ କେହିି ଦେବ ଦାନୀ ଧନୀ

ତା ଋଣ ପାରିନିି ଶୁଝି

ମାତା ସେବାକାରୀ କେବେ ହାରିନାହିିଁ

ଜାଣି ରଖିିିଥାଅ ବୁଝି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational