STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ଅତର୍କିତ ଅତୀତ

ଅତର୍କିତ ଅତୀତ

1 min
411


ଦିନେ ଗୋଧୂଳିର ତିର୍ଯ୍ୟକ ନାରଙ୍ଗୀ ଛଟାରେ,

ଚମକି ମୁଁ ପଡ଼ିଥିଲି ଚିହ୍ନା ଚେହେରାଟିଏ ଚକ୍ ଚକ୍ ହେଉଥିବା ଦେଖି। 

ସମ୍ମୁଖରୁ ନ ଦେଖିଲେ ବି ଦୂରରୁ ମୁଁ ଠିକ ଚିହ୍ନି ପାରିଥିଲି,

ଅବସାଦ ଭରା ତାର ଗୋଲାପୀ ଚିବୁକେ ଛନକାଟେ ରହିଥିଲା ଲାଖି। 


ଅତୀତ ଯେ ଅକସ୍ମାତ ଏମିତି ଆସିବ ଆନ୍ଦୋଳିତ ବର୍ତ୍ତମାନ ମଧ୍ୟେ,

ଭାବି ମୁଁ ନଥିଲି କେବେ ଅଧାଲେଖା ଇତିହାସର ପୃଷ୍ଠାଟିଏ ପଡ଼ିବ ସମ୍ମୁଖେ। 

ହସିବି କି କାନ୍ଦିବି ମୁଁ ଦ୍ଵନ୍ଦରେ ଥିଲି ରହି ହଜିଥିବା ସନ୍ତକ କି ମିଳିଗଲା ସତେ,

ସବୁକିଛି ଦୁଃସାହସ ଅନ୍ତର୍ହିତ ଥିଲା ହୋଇ ଅବେଳେ ଏ ଜୀବନର ପଥେ।। 


ସମୟ ଯନ୍ତ୍ରର ଏ ଥିଲା କରାମତି କି ନିୟତିର ଅବୁଝା କବିତା,

କେଉଁ ସ୍ୱରେ ଗାଇବି ଏ ରୋମାଞ୍ଚିତ କବିତାକୁ କଣ୍ଠ ଭୁଲିଥିଲା ସ୍ୱର ଜ୍ଞାନ। 

ସୂର୍ଯ୍ୟ ସିନା ଢଳୁଥିଲେ ପଶ୍ଚିମ ଆକାଶେ ମୋ ଚିତ୍ତରେ ଉଇଁଥିଲା ବିସ୍ମିତ ପ୍ରଭାତ,

ଖୋଲୁଥିଲା ଗୋଟି ଗୋଟି ପୃଷ୍ଠା ଅତୀତର ସେ ସ୍ମୃତିରେ ମୁଁ ଥିଲି ଅଚେତନ।। 


ମୁଗ୍ଧ ହେଲି ସ୍ତବ୍ଧ ହେଲି ଧମନୀରେ ଖେଳୁଥିଲା ତଡ଼ିତ ପ୍ରବାହ ଧାରା,

କି କହି ମୁଁ ଭେଟିବି ସେ ହଜିଲା ସ୍ୱପ୍ନକୁ ଖୋଜୁଥିଲି ଶବ୍ଦ ବର୍ଣମାଳା। 

ଲଜ୍ଜିତ ମୁଁ ହେବି କି ସଗୌରବେ କହିବି ମୋ ସଫଳତା ଗାଥା,

ସେଦିନର ଭଙ୍ଗାମନ ଆଉ କି ଯୋଡ଼ିବ ଲିଭିବ କି ସେ ଅଲିଭା ଜ୍ବାଳା !!


ଧୀରେ ଧୀରେ ସଞ୍ଜ ନଇଁ ଆସୁଥିଲା ଚେହେରା ତା ହେଉଥିଲା ଝାପ୍ସା,

ମୋ ଜୀବନ ଇମାରତରୁ ଧୀରେ ଧୀରେ ଖସୁଥିଲା ଇଟାଖଣ୍ଡ ମାନ। 

କାଳେ ତାର ବାଲିଘର ଢଳିଯିବ ମୋ ଉପସ୍ଥିତିର ଅତର୍କିତ ଝଡ଼ରେ,

ନତମୁଖେ ଫେରିଥିଲି ବର୍ତ୍ତମାନକୁ ରହିବାକୁ ଦେବି ବୋଲି ପୁର୍ଣ ବର୍ତ୍ତମାନ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance