STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଅତିଥି ର ବାସ୍ତବତା

ଅତିଥି ର ବାସ୍ତବତା

2 mins
8


ଭାରତୀୟ ସଂସ୍କୃତି ଓ ପରମ୍ପରା

ଅଟେ ସମ୍ପୂର୍ଣ୍ଣ ନିଆରା

ଅତିଥିଙ୍କୁ ଭଗବାନର ମାନ୍ୟତା

ଏକ ଶୁଦ୍ଧ ଚିନ୍ତାଧାରା

ଅତିଥି ଙ୍କୁ ଶ୍ରଦ୍ଧା ପୂର୍ବକ ସକ୍ତାର 

ଏକ ଉତ୍ତମ ସଂସ୍କାର

"ଅତିଥି ଦେବୋ ଭବ" ଉକ୍ତି କଥନ

ପ୍ରତି ଭାରତୀୟଙ୍କ ର 

ଭାରତର ପର୍ଯ୍ୟଟନ ବିଭାଗରେ

ପ୍ରତିବିମ୍ବିତ ହୋଇଛି

"ଅତିଥି ଦେବୋ ଭବ" ସ୍ଲୋଗାନ ସହ

ଭାବ ଫୁଟି ରହି ଅଛି ।


ପୁରାତନ ସମୟରେ ଯୋଗାଯୋଗ

ମାଧ୍ୟମ ନ ଥିଲା ଦୃତ

ଭାବର ଆଦାନ ପ୍ରଦାନ ନିମନ୍ତେ

ସାକ୍ଷାତ ପରେ ନିଶ୍ଚିତ

କେଉଁ ମୁହୂର୍ତ୍ତରେ ଆସିବେ ଅତିଥି

ପ୍ରାୟ ଜଣା ଯାଏ ନାହିଁ

ଅକସ୍ମାତ ଅତିଥିଙ୍କ ଆବିର୍ଭାବ

ଆଶ୍ଚର୍ଯ୍ୟ ପ୍ରତ୍ୟୟ ହୋଇ

ଯାହାଙ୍କର ଆଗମନ ତିଥି ବିନା

ସେ ହେଉଛନ୍ତି ଅତିଥି

ବିନା ସୂଚନା ଅବା ନିମନ୍ତ୍ରଣ ରେ

ଅତିଥି ସହିତ ତିଥି

ବନ୍ଧୁ ସୁଦାମାଙ୍କ ଅତିଥି ସକ୍ତାର 

ଶ୍ରୀକୃଷ୍ଣ କଲେ ଯେପରି

ଯୁଗ ଯୁଗ ପାଇଁ ଆଦର୍ଶ ସ୍ବରୂପ

ଆତିଥ୍ୟତା ସର୍ବୋପରି

ଅତିଥିଙ୍କୁ ଦେଖୁ ଦେଖୁ ଅବା ଶୁଣି

ଘରକୁ ପାଛୋଟି ଆଣିବା

ରହିବା ଖାଇବା ପିନ୍ଧିବା ବ୍ୟବସ୍ଥା

ଦେବତା ପରି ମଣିବା

ମନ ଖୋଲା କଥା ଭାବ ଦିଆନିଆ

ଅତିଥି ସହ ସମୟ

ବିଦାୟ ନେବା ପର୍ଯ୍ୟନ୍ତ ପାଖ ପାଖ

ରହିବା ଭବ୍ୟ ବିଧେୟ ।


ଭାଗବତରେ ବି ଉଲ୍ଲେଖ ରହିଛି

ଅତିଥି କେତେ ମହାନ

ଯେଉଁ ଗୃହେ ଅତିଥିଙ୍କ ଆଗମନ

ମଣ ବିଷ୍ଣୁଙ୍କ ସମାନ

ଯଦି ଘର ଠାରୁ ଅତିଥି ବାହୁଡେ

ଆଦର ଶ୍ରଦ୍ଧା ବିହୁନେ

ପ୍ରେତ ମୁଖେ ହୁଅନ୍ତି ପତିତ ସର୍ବେ

ସେ ଘର ର ପ୍ରାଣୀ ମାନେ ।


ଅତିଥି ସକ୍ତାର ଭିନ୍ନ ଭିନ୍ନ ଶୈଳୀ

ଥିଲା ଏହି ସମାଜରେ

ବୟୋଜ୍ୟେଷ୍ଠ ଗୁରୁଜନ ଅତିଥିଙ୍କ

ପାଦ ଧୌତ ପିଢ଼ା ପରେ

ଚନ୍ଦନ ସିନ୍ଦୂର ଚାଉଳ ଲଗାଇ

ଅତିଥିଙ୍କ କପାଳରେ

ହସ ହସ ମୁଖେ ସ୍ବାଗତ ସହିତ

ଗୃହକୁ ପ୍ରବେଶ କରେ

ସାଧୁ ସନ୍ଥଙ୍କୁ ଅତିଥି ରୂପରେ ଦେଖି

ବେଦ ପାଠ ଶଙ୍ଖ ଧ୍ଵନି

ନେତା ଶ୍ରେଣୀୟ ସମ୍ମାନିତ ଅତିଥିଙ୍କୁ

ହାତେ ଫୁଲ ମାଳ ଘେନି

ସାଲ୍ୟୁଟ,ଆଲିଙ୍ଗନ ଓ କରତାଳି

ଅତିଥି ଦେଖି ମଞ୍ଚରେ

ଯୋଡ଼-ହସ୍ତ ପ୍ରମୁଖ ମାଧ୍ୟମ ଥିଲା

ଅତିଥିଙ୍କ ସକ୍ତାର ରେ ।


ଅତିଥି ହେବା କିମ୍ବା ଅତିଥି ଆସିଲେ

ଆଜିକାଲି ଉପହାର

ସମ୍ପର୍କର ନିବିଡ଼ତା ଆଢ଼ୁଆଳେ

ପ୍ରାୟ ହୁଏ କାରବାର

ସଭ୍ୟତାର ବିକାଶ ଧାରା ପ୍ରବାହ

ହେଉଅଛି ସମାଜରେ

ଆଧୁନିକ ସମାଜରେ ଦୃତ ଗତି

ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ

ଅତିଥି ଆସିବା ବା ନିଜେ ଅତିଥି

ରୂପରେ ଉପସ୍ଥାପନା

ସବୁ ଚାଲୁ ରହିଅଛି ସଭ୍ୟ ସମାଜରେ

ଦେବତା ଭାବନା ବିନା

ଆଧୁନିକତାର ଚାକ-ଚକ୍ୟ ପରେ

ଅତିଥି ଭାବ ବିବର୍ଜ୍ଜିତ 

ବସୁଧୈବ କୁଟୁମ୍ବକମ୍ ପ୍ରବାଦ

ମାତ୍ର ହୁଏ ଉଚ୍ଚାରିତ ।


ଦୁଇ ହାତ ପାପୁଲି ମିଶାଇ ରଖି

ମୁଣ୍ଡ ସାମାନ୍ୟ ନୁଆଇଁ

ପ୍ରାୟ ଅତିଥିଙ୍କୁ ସ୍ଵାଗତ ହେଉଛି 

ପରମ୍ପରା ଅଛି ରହି

ଆନ୍ତରିକତା ଅବା ମାନବିକତା

ଲୋପ ହୋଇଛି ସମ୍ପୂର୍ଣ୍ଣ

ଲୋକ ଦେଖାଣିଆ ଭାବନା ଭିତରେ

ବନ୍ଧା ଅତିଥି ଜୀବନ

ବ୍ୟସ୍ତତା ଭିତରେ ମଣିଷ ଜୀବନ

ନିଜ ସ୍ବାର୍ଥ ନିଜ କଥା

ଅତିଥି ଅଲୋଡ଼ା ପ୍ରତ୍ୟୟ ପ୍ରାୟତଃ

ହଜି ଅଛି ବାସ୍ତବତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract