STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

ଅତୀତର ପୃଷ୍ଠାରୁ

ଅତୀତର ପୃଷ୍ଠାରୁ

1 min
381

   


ଅତୀତର ସେ ସବୁ ସାଇତା ପୃଷ୍ଠା 

ବାରମ୍ଵାର ଦେଖାଇ ଦିଏ 

ଆଖିକୁ ତାର ଜ୍ଵଳନ୍ତ ପ୍ରମାଣ, 

ସେ ଅତୀତର ମୂଳଦୁଆ ଉପରେ 

ଠିଆ ହୋଇ ବର୍ତ୍ତମାନ 

ଭବିଷ୍ୟତକୁ ଦେଖାଏ ବାଟ। 

ପୁରାଣରୁ ଇତିହାସ ଯେତେ 

ନୀରବତାରେ କହେ 

ମାନବ ଜାତିର ଉତ୍ଥାନ ପତନ, 

ଧର୍ମରେ କିଏ ପାଇଛି ପୁଣ୍ୟଫଳ 

ପାପର କିଏ କରିଛି ପ୍ରାୟଶ୍ଚିତ।

ଆଜିର ଦିନ ସରିଯାଏ ସତ 

କିନ୍ତୁ ଆସନ୍ତାକାଲିକୁ ହୋଇ ରହେ 

ଉତ୍ତର ପିଢି ପାଇଁ ଏକ ପ୍ରଶ୍ନବାଚୀ, 

ଲକ୍ଷ୍ୟପଥରେ ପହଞ୍ଚିବାକୁ 

ସେ ହୋଇ ଏକ ମାଇଲ୍ ଖୁଣ୍ଟ 

ଆଗନ୍ତୁକ ବାଟୋଇକୁ କରେ ସ୍ଵାଗତ। 

ପଥ ହୁଡିଲେ ହଜାଏ ଠିକଣା  

ହୁଏ ସେ ନିଜେ ନିଜଠାରୁ ନିରୁଦ୍ଦିଷ୍ଟ।

ନିଜକୁ ସୁଧାରିବାର ସୁଯୋଗ 

ପାଇ ବି କରେ ହାତଛଡ଼ା 

ଭବିଷ୍ୟତ ସାଉଁଟିବାକୁ ଗୋଟାପଣେ 

କରିଥାଏ ସମୟକୁ ଅପେକ୍ଷା, 

ପରିମାଣର ପରିଣତି କେବେ ଯଦି 

ଭାବି ବସେ ହୁଏ ଖାଲି ହତାଶ। 

ଅତୀତକୁ ନିରେଖି କରେ ଯିଏ 

ସଠିକ୍ ଭାବେ ଅନୁଧ୍ୟାନ 

ସୂର୍ଯ୍ୟ ପରି ଉଜ୍ଜ୍ୱଳ କରେ ବର୍ତ୍ତମାନ, 

ଭୁଲି ଗଲେ ହେୟ ମଣି 

କଲେ ତାର ମୂଲ୍ୟ ପ୍ରତ୍ୟାଖ୍ୟାନ 

ହୁଏ ସେ ଭବିଷ୍ୟତର ଉତ୍ତରଦାୟୀ।

ଏ ଇତିହାସ ତାର ପୁନରାବୃତ୍ତି 

କରୁଥାଏ ବାରମ୍ଵାର, 

କେବଳ ସଳଖ କରି ତା' ଆଗରେ 

ଠିଆ କରିବାକୁ ବର୍ତ୍ତମାନ। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract