ଅତୀତ ଏକ ଜୀବନ୍ତ କ୍ଷତ
ଅତୀତ ଏକ ଜୀବନ୍ତ କ୍ଷତ
ଅତୀତକୁ ଘାଣ୍ଟି କେ ପାଏନା ସୁଖ
ଅତୀତ ଜୀବନ୍ତ କ୍ଷତ ,
ହଜେ ବର୍ତ୍ତମାନ ମିଳଇ ଯନ୍ତ୍ରଣା
ନଷ୍ଟ ହୁଏ ଭବିଷ୍ୟତ ।
କିପରି କଟିଛି ଅତୀତ ତୁମର
ଭାବନାକୁ ମନୁ ତେଜି ,
ସମୟ ସହିତ ତାଳ ଦେଇ ଚାଲ
ବର୍ତ୍ତମାନ କଥା ହେଜି ।
ଭାବିଥିଲେ ବସି ଦସ୍ୟୁ ରତ୍ନାକର
ପୁରୁଣା ଦିନର କଥା ,
ଲେଖିବା ସମ୍ଭବ ହୋଇଥାନ୍ତା କେବେ
ରାମାୟଣ ଭଳି ଗାଥା ?
କାଳିଦାସ ଯେବେ ଅତୀତ ଘଟଣା
ଭାବୁଥାନ୍ତେ ବସି ନିତି ,
ପୁରାଣ ପୃଷ୍ଠାରେ ମଣ୍ଡିତ ନଥାନ୍ତା
ମହା ପଣ୍ଡିତ ର ଖ୍ୟାତି ।
ସୁଖ ଦୁଃଖ ଯାହା ଅତୀତ ଜୀବନେ
ଘଟିଅଛି ତୁମ ସାଥେ ,
ଭୁଲିଯାଇ ତାହା ବର୍ତ୍ତମାନେ ଶ୍ରେୟ
ଦିଅ ସତ୍କର୍ମ ସହିତେ ।
ଅଳପ ଦିନରକୁଣିଆଁ ମର୍ତ୍ତ୍ୟରେ
ହୋଇ କରମେ ବିମୁଖ ,
ଭାବିବାରେ କିଆଁ ସମୟ କାଟିବା
ଲଭିବାକୁ ମାତ୍ର ଦୁଃଖ ।
ସମାଜ କଲ୍ୟାଣେ ବ୍ରତୀ ଥିବୁ ଯେବେ
ହେଲେ ବାହୁଡିବା ବେଳ ,
କିଛି ନ'ନଲେବି ସାଥେ ଥିବ ଆମ
ପ୍ରଭୁଙ୍କ ଆଶୀଷ ମାଳ ।
