STORYMIRROR

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ଅତୀତ ଏକ ଜୀବନ୍ତ କ୍ଷତ

ଅତୀତ ଏକ ଜୀବନ୍ତ କ୍ଷତ

1 min
130


ଵହ ମାନ ସମୟ ର ନଈ କୂଳେ ବସି

ଅତୀତ ଓ ବର୍ତ୍ତମାନ ତୁଳନା କରୁଚି ।


ସମୟ ନଦୀ ର ସ୍ରୋତ ଧାଇଁ ଚାଲି ଥାଏ

ମଣିଷ ଜୀବନ କାଳ ଭିତରେ ସେ ପାଏ  ।


ଏଣେ ତେଣେ ଧାଇଁ କ୍ଷତ ବିକ୍ଷତ ସେ ହୁଏ

 ଯାହାକୁ ତାହାକୁ ନେ଼ଇ ଜୀବନ ଚଲାଏ। 


ସ୍ମୃତି ଅନୁଭୁତି ଅନୁସାରେ ସବୁ ବେଳେ 

ପ୍ରଦର୍ଶନ କର କୃତୀ ବିଭିନ୍ନ କ୍ଷେତ୍ରରେ। 


ମନ ନୟନ ରେ କିନ୍ତୁ ଛାଡି ଯାଏ ଛବି

ଅନୁଭବ ଜ୍ଞାନ ବିବରଣୀ ଅନୁଭବୀ । 


ଜନେ ତହିଁ ବିଚଳିତ ନହୋଇ କଦାଚ

ମଣୁ ଥାନ୍ତି ଅତୀତ ର ସ୍ମୃତି ରାଶି କାଚ ।


ଭାଙ୍ଗି କ୍ଷ ତ ହେବାପରି ପରିସ୍ଥିତି ଚାପେ

ଅତୀତ ଓ ବର୍ତମାନ ରହି ଯାଏ ଛାପେ ।


ଜୀବିତ ବ୍ୟକ୍ତି ଏହାର ପ୍ରଭାବ ଓ କଷ୍ଟ

ଅନୁଭବେ ଯେବେ ଚିର ଅତୀତ ର କ୍ଷ ତ।


ଜୀବନ୍ତ ଜୀବାଣୁ ପରି ରହଇ ନିଶ୍ଚଳେ

ପ୍ରତି ପ୍ରାଣେ ପୀଡ଼ା ଦେଇ ଥାଏ ବେଳେ ବେଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract