STORYMIRROR

Goutam Mohanty

Abstract

2  

Goutam Mohanty

Abstract

ଅଥଚ_ପ୍ରେମ

ଅଥଚ_ପ୍ରେମ

1 min
91

ଏବେ ପ୍ରାୟ ରାତିର ନିଶାର୍ଦ୍ଧରେ

ଚିହ୍ନାଚିହ୍ନା ଲାଗୁଥିବା ମୁହଁଟେ

ନିଶ୍ଚିତ କିନ୍ତୁ ଅପରିଚିତ ସିଏ

ମୋ କପାଳେ ଆସି ଆଙ୍କି ଦେଇଯାଏ

ନରମ ଉଷ୍ମତାର ଆଶ୍ଲେଷଟିଏ


ସେ ଉଷ୍ମତାର ସମ୍ମୋହନ ପଣରେ

ବୋଧହୁଏ ମୁଁ ଅନାୟାସରେ ନିଦ୍ରା ଯାଏ

ଅଥଚ ମୁଁ ଅନିଦ୍ରାପଣର ରୋଗୀଟିଏ

ଜାଣିଛି ମୋ ଲାଗି ନିଦ୍ରା ନିଶ୍ଚିତ

ଏତେ ସହଜଲଭ୍ୟ କଦାପି ନୁହେଁ


କିଏ ପୁଣି ମୋ ଘର ଗବାକ୍ଷରେ

କିଚିରିମିଚିରି କରି ସକାଳ ଆଣେ

ପୁନର୍ବାର ସେଇ ଉଷ୍ମ ଆତ୍ମୀୟତାରେ

ହତବାକ କରି ମୋ ହାତ ଟାଣେ


ଅପରିଚିତର ଅଦୃଶ୍ୟ ଇସାରା ମୋତେ

ଛିଡ଼ା କରେ ସକାଳର ସୂର୍ଯ୍ୟ ସାମ୍ନାରେ

ଓଁ ହିଂ ହିଂ ସୂର୍ଯ୍ୟାୟ ନମଃ ମନ୍ତ୍ର-ମୁହୂର୍ତ୍ତରେ

ପୁଣି ସେଇ ଉଷ୍ମତା ମୋ ଆତ୍ମା ଛୁଏଁ,


ଅବାକ ହୋଇ ସୂର୍ଯ୍ୟଙ୍କୁ ଚାହିଁଲା ବେଳକୁ

ଗତ ରାତିରେ ମୋ କପାଳେ ଅଙ୍କାଥିବା

ଗଭୀର ଆଶ୍ଲେଷର ଜୁଡୁବୁଡୁ ଚିତ୍ରଟି ଏବେ

ଅନ୍ୟ ଗୋଟିଏ ସୂର୍ଯ୍ୟ ହୋଇ 

ମୋ ସାମ୍ନା ଆକାଶରେ ଝଟକୁଥାଏ             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract