ଅସ୍ତରାଗ ଆନ୍ଦୋଳିତ
ଅସ୍ତରାଗ ଆନ୍ଦୋଳିତ


ମୁଁ ଦେଖିଅଛି, ଦେଖିଅଛି ସେଠି ତୁମ-
ଆଭିଜାତ୍ୟର ସ୍ଥାପତ୍ୟ,
ଅୟସର ଆଧିପତ୍ୟ,
ଆତିଥେୟତାର ସର୍ତ୍ତ,
ଅନୁସନ୍ଧିତ୍ସୁର ମୂହୁର୍ତ୍ତ |
ମୁଁ ପାଇଅଛି, ପାଇଅଛି ସେଠୁ ତୁମ-
ଅନୁକମ୍ପାର ଆହତ,
ଅନୁରାଗର କ୍ଷତ,
ଆବେଗ ଯା' ଆବୃତ୍ତ,
ଅପ୍ରାପ୍ତିର ଅବ୍ୟକ୍ତ |
ମୁଁ ଖୋଜିଅଛି, ଖୋଜିଅଛି ସେଠି ତା'ର
-
ଆରମ୍ଭ ଅପ୍ରତ୍ୟାଶିତ,
ଅନ୍ତିମ ଅଣାୟତ୍ତ,
ଅପେକ୍ଷା କି ଅୟୁତ, ଯା'
ଅସଂଖ୍ୟ ଅସମାହିତ |
ଅତଏବ, ମୁଁ ଲେଖିଅଛି, ଲେଖିଅଛି ଏଠି ମୋ-
ଅନିନ୍ଦନୀୟ ଅଭିମତ,
ଅବର୍ଣ୍ଣନୀୟ ଅଶ୍ରୁତ, ଯା'
ଅପ୍ରାସଙ୍ଗିକ ଗୁରୁତ୍ଵ, ସେ
ଅସ୍ତରାଗ ଆନ୍ଦୋଳିତ |