STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ଅସତୀ

ଅସତୀ

1 min
486

ଏରୁଣ୍ଡି ପାରିଲି ବାପଘରର 

କାନ୍ଦିବାର ଅନୁମତି ନ ଥିଲା

ଆଖି ର ଲୁହକୁ ଛାତିରେ ଚାପିଲି

ଶାଶୁଘରେ ପାଦ ଥାପିଲି


ଶାଶୁ ଘରେ ସ୍ନେହ ର ମରୁଡି

ଗାଳି ର ବର୍ଷା

ଅତ୍ୟାଚାର ର ବାଦଲ ,ତଥାପି

ଟିକିଏ ଓଲଟା କଥାରେ

ଆଖ୍ୟା ପାଇଲି ଅସତୀର


ବାହାଘର ହୋମ ନିଆଁ ରେ ସବୁ ପୋଡି ଆସିଲି

ମନର ସବୁ ଭାବନା କୁ ସ୍ବାହା ଦେଲି

ତଥାପି ହୋଇଲି ମୁଁ ଅସତୀ


ଥିଲି ମୁଁ ଅଲିଅଳି ଝିଅ  

ପ୍ରେମ ରେ ସାଜିଲି ପ୍ରିୟା

ତାପରେ ପ୍ରେମିକା

ପ୍ରେମିକା ରୁ ହେଲି ସହଧର୍ମିଣୀ

ସାଜିଲି ଶଯ୍ୟାସଙ୍ଗିନୀ  

ତନୁ , ମନକୁ ସମର୍ପିଲି  

ତଥାପି ମୁଁ ଆଜି ଅସତୀ


ବାହାଘର ବେଦୀରେ ଦଶ ଦୋଷ କ୍ଷମାର ବଚନ ପାଇଲି  

ହେଲେ ସେ ବଚନ ଥିଲା ଖାଲି ବାକ୍ୟରେ

ସାଜିଲି ଅବିଶ୍ବାସ ର ପାତ୍ରୀ  

ହୋଇଲି ମୁଁ ଅସତୀ

 

ଆଜି ଆଉ ତ ଆଉ ନାହିଁ ସେ ଅଗ୍ନିକୁଣ୍ଡ

ନହେଲେ ଡେଇଁ ଦେଇଥାନ୍ତି ପରୀକ୍ଷା  

ଜାଣିଛି ତଥାପି ମିଳି ନଥାନ୍ତା ବିଶ୍ବାସ

ଜୀଇଁଲେ ଜୀଇଁ ଥାନ୍ତି 

ମରିଲେ ମରିଥାନ୍ତି  

ହେଲେ ବି ଦେଇଥାନ୍ତି ପରୀକ୍ଷା


ଜାଣିଛି ତଥାପି ରହିଯିବି ହୋଇ ଅସତୀ


ସୀତା ପାଇଁ ସିନା ଧରା ଫାଟିଲା  

ମୋ ପାଇଁ କିଏ ଫାଟିବ  

ଖୋଲି ଯାଉ ମୃତ୍ୟୁ ର ଦ୍ବାର  

ଯମଦୂତ ଆସି ନେଇଯାଉ ମୋତେ


ଆଉ ସହି ପାରୁନି

ଏ ଅବିଶ୍ବାସ ର ପାହାଡରେ ଚାପି ଗଲିଣି

ବିଶ୍ବାସ ଜନ୍ମେଇବା ସୁଅ ରେ 

ଭାସିଗଲିଣି

 ତଥାପି ମୁଁ ଆଜି ଅସତୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy