STORYMIRROR

Puspanjali Panda

Abstract

2  

Puspanjali Panda

Abstract

ଅସରା ଗିତୀ

ଅସରା ଗିତୀ

1 min
138

ଜୀବନ ଧରିଛି ଜୀଇଛି ମରୁଛି

   ଜଗତେ ମୁଁ ଯାହା ପାଇଁ

ପ୍ରିୟତମ ମୋର ଅତି ଆପଣାର

  ଦେଖା ଦେଇ ଗଲ କାହିଁ

ରୂପାଥାଳି ପରି ତୋଫା ନୁହେଁ ମୁହିଁ

ପସନ୍ଦ କରିଲ ମତେ

କି ଦେଖିଲ ଗୁଣ ଝୁରୁଛି ପରାଣ

ତୁମଠି ସୁଷମା ଯେତେ

ଦି ଦିନର ଏଇ ଜୀବନ ଯାତ୍ରା ରେ

ପୂନେଇ ଉଆଁଁସ ଥାଏ

ସୁଖ ଆସେଯାଏ ଦୁଃଖ ଆସେ ଯାଏ

ତୁମ ସାଥେ ସଦାଥାଏ

 ଜାଣିନି କାଲିର ସକାଳ ମୋ ପାଇଁ

ଆଲୋକ ଅବା ଅନ୍ଧାର

ତୁମେ ସାଥେ ଥିଲେ ପ୍ରିୟତମ ମୋର

ନାହିଁ ମୋ କାହାକୁ ଡ଼ର

ଉଡିବି ବୁଡିବି ଦୁନିଆ ହାଟରେ

ଡେଣା ରେ ଅସୀମ ଶକ୍ତି

ତୁମ ପ୍ରେମ ଦିଏ ଜୀବନେ ସାହସ

ଗାଉଛି ଅସରା ଗିତୀ

ଆସ ମିଳନର ୠତୁ ଉପଗତ

ଡେରି କରନାହିଁ ଆଉ

ବେଳ ସରିଲାଣି ହେବ ଲେଉଟାଣି

ମାନ ଅଭିମାନ ଥାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract